କଟକ ସଦର ଅଞ୍ଚଳର ରୁଦ୍ର ହସ୍ପିଟାଲ ନାମକ ଏକ ଘରୋଇ ଡାକ୍ତରଖାନା ନାରେ ଅଙ୍ଗ ତସ୍କରି ର ଅଭିଯୋଗ ଆସିଛି। ସୁଚୋନଯୋଗ୍ୟ ଯେ କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ଅଞ୍ଚଳର ତିକରବାଜୁ ର ବାବୁଲ ଦିଗାଳ ଏକ ଦୁର୍ଘଟଣାରେ ଆହାତ ହୋଇଥିବାରୁ ତାଙ୍କୁ ବ୍ରହ୍ମପୁର ଏମ.କେ.ସି.ଜି ମେଡିକାଲରେ ଭର୍ତିକରଯାଇଥିଲା। ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଭୁବନେଶ୍ବର ର ଏମ୍ସ କୁ ଅଣାଯାଇଥିଲା । ଗୋଟେ ଆମ୍ବୁଲନ୍ସ ଡ୍ରାଇଭର କଥାରେ ପଡି ତାଙ୍କୁ ତାଙ୍କ ପରିବାର କଟକର ରୁଦ୍ର ହସ୍ପିଟାଲ ନେଇଯାଇଥିଲେ । ମେଡିକାଲ ରେ ଭର୍ତି ହେବାର ଗୋଟିଏ ଦିନ ପରେ ହସ୍ପିଟାଲ କତୃପକ୍ଷ ତାଙ୍କୁ ମୃତ ଘୋଷଣା କରିଥିଲେ ।

ମୃତଦେହକୁ ତୁରନ୍ତ ଘରକୁ ନେଇଯିବାକୁ ବାଧ୍ୟ କରି ଏକ ଆମ୍ବୁଲାନ୍ସ ମଧ୍ୟ ଉକ୍ତ ହସ୍ପିଟାଲ ପକ୍ଷରୁ ଡକାଯାଇଥିଲା । କିନ୍ତୁ ହସ୍ପିଟାଲରୁ ଘରକୁ ଫେରିବା ବାଟରେ ଘରଲୋକ ଦେଖିଥିଲେ ମୃତକଙ୍କ ମୁଣ୍ଡରେ ଆଘାତ ଲାଗିଥିଲା କିନ୍ତୁ ତଳିପେଟରେ ସିଲାଇ ପଡିଥିଲା। ଗତକାଲି ଶେଷକୃତ୍ୟ ସମ୍ପନ୍ନ କରିବା ପରେ ଥାନାରେ ପରିବାର ପକ୍ଷରୁ ଏତଲା ଦିଆଯାଇଥିଲା । ଆଜି ପୋଲିସ ମାଟିତଳୁ ମୃତଦେହ ବାହାରକରି ପୋଷ୍ଟମର୍ଟମ ପାଇଁ ପଠାଇବା ସହିତ ହସ୍ପିଟାଲ କୁ ଯାଇ ପଚରାଉଛର କରିଛି ।

ଉତ୍ତର ରେ ରୁଦ୍ର ହସ୍ପିଟାଲ ର ମ୍ୟାନେଜର ମୁଣ୍ଡରୁ ସ୍କଲ୍ଲ କଢାଯାଇ ପେଟରେ ରଖାଯାଇଛି ବୋଲି କହିଛନ୍ତି । ଏ ସମ୍ପର୍କରେ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ କହିଛନ୍ତ୍ତି ଯେ ସେ ନିର୍ଦେଶକ ସ୍ତରରେ ତଦନ୍ତ ପାଇଁ ନିର୍ଦେଶ ଦେଇଛନ୍ତି। କମିସନରେଟ ପୋଲିସ,ବାଲିକୁଦା ପୋଲିସ,ସ୍ୱାସ୍ଥ୍ୟ ବିଭାଗର ମିଳିତ ତଦନ୍ତ କରାଯିବ । ତଦନ୍ତ ରିପୋର୍ଟ ଆସିବାପରେ ଯିଏ ଦୋଷୀ ହୋଇଥିବ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

Leave a Reply

Your email address will not be published. Required fields are marked *