ବଦଳିବ ରାଜ୍ୟର ସମସ୍ତ ସରକାରୀ କୋଠାର ରଙ୍ଗ । କୋଠାର ବାହାର ପଟ କମଳା ରଙ୍ଗ ହେବ ଓ ନାଲି ବର୍ଡର ରହିବ । ଏନେଇ ସମସ୍ତ ଯନ୍ତ୍ରୀ, ଓଡ଼ିଶା କୋଠା ଓ ନିର୍ମାଣ ନିଗମ ଲିମିଟେଡ (ଓବିସିସି)ଙ୍କୁ ପୂର୍ତ୍ତ ବିଭାଗ ପକ୍ଷରୁ ସର୍ବୋଚ୍ଚ ଯନ୍ତ୍ରୀମାନଙ୍କୁ ଚିଠି କରାଯାଇଛି । ଏହା ସହ ରଙ୍ଗର କୋଡ୍ ମଧ୍ୟ ଜାରି କରାଯାଇଛି ।

 

ତେବେ ଏହି ରଙ୍ଗର କୋଡ୍ ରାଜ୍ୟର ସମସ୍ତ ପୁରୁଣା ବିଲଡିଂ ଓ ନୂଆ ବିଲଡିଂ ପାଇଁ ଲାଗୁ ହେବ ବୋଲି କୁହାଯାଇଛି । ରାଜ୍ୟ ସରକାରଙ୍କ ଜାରି ହୋଇଥିବା ବିଜ୍ଞପ୍ତି ଅନୁସାରେ, ଏଣିକି ସମସ୍ତ ସରକାରୀ କୋଠାର ରଙ୍ଗ କମଳା ଓ ନାଲି ବର୍ଡର ବିଶିଷ୍ଟ ହେବ । କୌଣସି ବିଲଡିଂ କାର୍ଯ୍ୟକ୍ଷମ ଥିଲେ କିମ୍ବା ମରାମତି, ନବୀକରଣ ସମୟରେ ରଙ୍ଗ ପରିବର୍ତ୍ତନ କରାଯିବ ବୋଲି କୁହାଯାଇଛି ।

 

Leave a Reply

Your email address will not be published. Required fields are marked *