ଦିଲ୍ଲୀ-ଏନସିଆରରେ ବାୟୁ ପ୍ରଦୂଷଣ ମାତ୍ରା ବିପଦଜ୍ଜନକସ୍ତରରେ ପହଞ୍ଚିଛି। କିଛି ସ୍ଥାନରେ ଏକ୍ୟୁଆଇ ରେକର୍ଡ ସ୍ତର ବିପଦ ଜନକ ହୋଇସାରିଲାଣି । ବାୟୁ ପ୍ରଦୂଷଣ ସ୍ଥିତି ସାଂଘାତିକ ହେବା ଯୋଗୁ ଲୋକେ ନିଶ୍ୱାସ ନେବା କଷ୍ଟକର ହୋଇପଡିଛି। ତେଣୁ ବଢୁଥିବା ପ୍ରଦୂଷଣ ସ୍ଥିତିକୁ ନଜରରେ ରଖି ସୁପ୍ରିମକୋର୍ଟ ସ୍କୁଲ-କଲେଜ୍ ବନ୍ଦ ରଖିବାକୁ ଆଦେଶ ଦେଇଛନ୍ତି। ଏଥିସହ ଦଶମ ଓ ଦ୍ଵାଦଶ ଶ୍ରେଣୀର ପାଠପଢା ଅନଲାଇନ ମାଧ୍ୟମରେ କରିବାକୁ ଆଦେଶ ଦେଇଛନ୍ତି। ପୂର୍ବରୁ ରାଜଧାନୀରେ ଅନ୍ୟ ଶ୍ରେଣୀର ସ୍କୁଲ ବନ୍ଦ ହୋଇ ସାରିଛି। ଏମ୍ସିଡି କାର୍ଯ୍ୟାଳୟ ସକାଳ ୮ଟା ୩୦ରୁ ସଂଧ୍ୟା ୫ଟା ପର୍ୟ୍ୟନ୍ତ ଚାଲିବ । ଏହା ସହ ଦିଲ୍ଲୀ ସରକାରଙ୍କ ଅନ୍ୟ ସବୁ କାର୍ଯ୍ୟାଳୟ ସକାଳ ୧୦ଟାରୁ ସଂଧ୍ୟା ୬ଟା ୩୦ ପର୍ଯ୍ୟନ୍ତ ଖୋଲା ରହିବ। ପ୍ରଦୂଷଣକୁ ନଜରରେ ରଖି ସରକାରୀ କାର୍ଯ୍ୟାଳୟ ଅଲଗା ଅଲଗା ସମୟରେ ଖୋଲିବା ଓ ବନ୍ଦ କରିବା ପାଇଁ ନିଷ୍ପତ୍ତି ହୋଇଛି। ସେହିପରି ପ୍ରଦୂଷଣକାରୀ ଗାଡ଼ି ଓ କାର୍ଯ୍ୟକଳାପ ଉପରେ କଡ଼ା କଟକଣା ଜାରି କରାଯାଇଛି । ଗତକାଲି ସୁପ୍ରିମକୋର୍ଟ ଦିଲ୍ଲୀ ସରକାରଙ୍କୁ ପ୍ରଦୂଷଣକୁ ନେଇ କାହିଁକି ପୂର୍ବରୁ ଗ୍ରାପ-୪ ଲାଗୁ କରିନଥିଲେ ବୋଲି ପ୍ରଶ୍ନ କରିଛନ୍ତି । କୋର୍ଟଙ୍କ ବିନା ନିର୍ଦ୍ଦେଶରେ କଟକଣା କୋହଳ ନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଦିଲ୍ଲୀରେ ନଭେମ୍ବର ୧୪ରୁ ଗ୍ରାପ ୪ ଲାଗୁ କୁହାଯାଇଥିଲା। ଏହା ପରେ ନଭେମ୍ବର ୧୮ର ଗ୍ରାପ ୪ ଲାଗୁ କରାଗଲା। କିନ୍ତୁ ସୁପ୍ରିମକୋର୍ଟ ଏହି ପଦକ୍ଷେପରେ ସନ୍ତୋଷ ବ୍ୟକ୍ତ କରି ନାହାନ୍ତି। କୋର୍ଟ କହିଛନ୍ତି, ଯେବେ ପ୍ରଦୂଷଣସ୍ତର ନଭେମ୍ବର ୧୧ରେ ୩୦୦ ଟପିଥିଲା ତେବେ ଗ୍ରାପ୍ ୪ ଲାଗୁ କରିବାରେ ବିଳମ୍ବ କାହିଁକି ଘଟିଲା ? ଏହିପରି ଗ୍ରାପ ୪ ଲାଗୁ କରିବାରେ ବି ବିଳମ୍ବ ଘଟିଛି। ଆଜି ମାମଲାର ଶୁଣାଣି ସମୟରେ ଦିଲ୍ଲୀ ସରକାର ଓକିଲ ଜଣାଇଛନ୍ତି ଯେ ଗ୍ରାପ ୪ର ଚତୁର୍ଥ ପର୍ଯ୍ୟାୟ ସୋମବାର ଲାଗୁ କରାଯାଇଛି।ରାଜଧାନୀରେ ଭାରି ଯାନର ପ୍ରବେଶ ଉପରେ କଟକଣା ଲଗାଯାଇଛି।ମାମଲାର ପରବର୍ତ୍ତୀ ଶୁଣାଣି ନଭେମ୍ବର ୨୨ ଧାର୍ଯ୍ୟ କରାଯାଇଛି। ସୂଚନାଯୋଗ୍ୟ, ଗତକାଲି ଏକ୍ୟୁଆଇ ୪୭୦ ଥିବାବେଳେ ଆଜି ଏକ୍ୟୁଆଇ ୪୯୪ ରେ ପହଞ୍ଚିଛି। ଦିଲ୍ଲୀର ଆଲିପୁରରେ ଏକ୍ୟୁଆଇ ୫୦୦, ଆନନ୍ଦ ବିହାରରେ ୫୦୦ ଏବଂ ବାୱାନାରେ ୫୦୦ ଥିବା ରେକର୍ଡ ହୋଇଛି। ସେହିପରି ଜାହାଙ୍ଗିରପୁରାରେ ୫୦୦, ଜବାହରଲାଲ ନେହେରୁ ଷ୍ଟାଡିୟମରେ ଏକ୍ୟୁଆଇ ୫୦୦, ଲୋଧି ରୋଡରେ ୪୯୩, ମେଜର ଧ୍ୟାନ ଚାନ୍ଦ ଜାତୀୟ ଷ୍ଟାଡିୟମରେ ୪୯୯, ମନ୍ଦିର ମାର୍ଗରେ ୫୦୦, ମୁଣ୍ଡକା ୫୦୦ ଏବଂ ନଜଫଗଡରେ ୪୯୧ରେ ପହଞ୍ଚିଛି ଏକ୍ୟୁଆଇ। Post navigation ଜିଲ୍ଲା ପରିଷଦଙ୍କୁ ଦୁର୍ବ୍ୟବହାର ଘଟଣା: ଦାୟିତ୍ୱରୁ ହଟିଲେ ରେଢ଼ାଖୋଲ ତହସିଲଦାର ୫ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ