ବିଜେଡି ରାଜ୍ୟସଭା ସାଂସଦ ମମତା ମହନ୍ତ ପଦ ସହ ଦଳରୁ ଇସ୍ତଫା ଦେଇ ବିଜେପିରେ ସାମିଲ ହେବା ପରେ, ଏବେ ବିଜେଡିକୁ ଟାର୍ଗେଟ କରିଛନ୍ତି ଭାଜପା ନେତା ଜୟଦେବ ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ଅରବିନ୍ଦ ଢାଲି। ସେ କହିଛନ୍ତି ଯେ, ଭବିଷ୍ୟତରେ ବିଜେଡି ଆଉ ରହିବନି, ଖଣ୍ଡବିଖଣ୍ଡିତ ହେଇଯିବ । ଜାତୀୟ ଦଳର ବିଲୟ ହୁଏନି, ଆଞ୍ଚଳିକ ଦଳର ବିଲୟ ହୁଏ। ଯିଏ ଆଞ୍ଚଳିକ ଦଳ ଗଢ଼ିଥାଏ, ଅସୁସ୍ଥ ବା ଆଉକଣ ହେଲେ ଦଳ ରୁହେନି। ବିଜେଡିରେ ବାକ ସ୍ବାଧୀନତା ନାହିଁ, ସୁପ୍ରିମୋଙ୍କୁ ଦେଖା କରିପାରିବେ ନାହିଁ।ବିଜେଡି ବସା ଖାଲି ହେଇଯିବ ।

ସେ ଆଉ ମଧ୍ୟ କହିଛନ୍ତି ବିଜେଡିରେ ବାକ ସ୍ବାଧୀନତା ନାହିଁ, ସୁପ୍ରିମୋଙ୍କୁ ଦେଖା କରିପାରିବେ ନାହିଁ। ମୁଁ ବିଜେଡିରେ କୋଣଠେସା ହୋଇ ରହିଥିଲି, କୌଣସି ବାକ୍ ସ୍ୱାଧୀନତା ନ ଥିଲା ବିଜେଡିରେ ସମସ୍ତେ ଅସନ୍ତୁଷ୍ଟ ଥିଲେ, ପାଣ୍ଡିଆନ ସର୍ବେସର୍ବା ଥିଲେ। ୨୫ ବର୍ଷ ଶାସନରେ ବିଜେଡି କିଛି କରିପାରିନଥିଲା । ଏବେ ବିଜେପି ନିଜ ପ୍ରତିଶ୍ରୁତି ମୁତାବକ କାମ କରୁଛି । ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଲୋକଙ୍କ ଅଭିଯୋଗ ଶୁଣିବା ସହ ୨୪ ଘଣ୍ଟା କାମ କରୁଛନ୍ତି । ସବୁ କାମ ଦ୍ରୁତ ଗତିରେ ଆଗେଇ ଚାଲିଛି ।

ବିଜେଡିର ସମସ୍ତ ଅସନ୍ତୁଷ୍ଟ ଅଛନ୍ତି । ମମତା ମହନ୍ତ ମଧ୍ୟ ବିଜେଡିରେ ଅସନ୍ତୁଷ୍ଟ ହେଇ ରହିଥିଲେ । ସେଥିପାଇଁ ସେ ଦଳ ଛାଡ଼ିଲେ । ଆଗକୁ ମଧ୍ୟ ବହୁତ୍ ଦଳ ଛାଡ଼ିବେ।

Leave a Reply

Your email address will not be published. Required fields are marked *