କାଲି ଆଡ଼ପ ପହଣ୍ଡି ବିଜେ ବେଳେ ବଡ଼ ଅଘଟଣ ଘଟିଥିଲା। ଝୁଙ୍କି ପଡ଼ିଥିଲେ ପ୍ରଭୁ ବଳଭଦ୍ର। ଏହି ଅଘଟଣ ପରେ ତୁରନ୍ତ ସ୍ଥିତି ସମୀକ୍ଷା କରି ରିପୋର୍ଟ ପ୍ରଦାନ କରିବାକୁ ଆଇନମନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।

ଘଟଣାର ସମୀକ୍ଷା ଆଜି ରିପୋର୍ଟ ପ୍ରଦାନ କରିଛନ୍ତି ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। ଏହା ସାମାନ୍ୟ ଦୁର୍ଘଟଣା ଥିଲା, ଏହା ଲୀଳାମୟଙ୍କ ଲୀଳା ବୋଲି କହିଛନ୍ତି। ଆହତ ସେବାୟତଙ୍କୁ ତୁରନ୍ତ ଚିକିତ୍ସା ଯୋଗାଇ ଦିଆଯାଇଛି। ରଥ ଉପରେ ଅଣସେବାୟତ ରହିବାର କୌଣସି ଠୋସ ଅଭିଯୋଗ ନାହିଁ।

ଏ ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି। ଘଟଣା ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରିଛୁ। ଚିକିତ୍ସା ପରେ ସେବାୟତମାନେ ପୁନଶ୍ଚ ଶ୍ରୀଜୀଉଙ୍କ ସେବାରେ ସାମିଲ ହୋଇଥିବା କହିଛନ୍ତି।

Leave a Reply

Your email address will not be published. Required fields are marked *