କାଲି ଆଡ଼ପ ପହଣ୍ଡି ବିଜେ ବେଳେ ଖସିପଡ଼ିଲେ ବଡ଼ଠାକୁର ବଳଭଦ୍ର। ଏହି ବିଭ୍ରାଟ ପାଇଁ ଆଜି ସରକାରଙ୍କୁ ଘେରିଛି ବିଜେଡି। ଏଭଳି ଅଘଟଣ ପାଇଁ ସମସ୍ତେ ବ୍ୟଥିତ, ଦୁଃଖିତ ଓ ମର୍ମାହତ ବୋଲି କହିଛନ୍ତି ବିଜେଡି ନେତ୍ରୀ ସୁଲୋଚନା ଦାସ।

ଏଭଳି ଘଟଣା ଘଟିବା ଅତ୍ୟନ୍ତ ଲଜ୍ଜାଜନକ। ପହଣ୍ଡି ବିଜେ ବେଳେ ଅଘଟଣ ଘଟିବା ଅକ୍ଷମଣୀୟ। ଜଗନ୍ନାଥପ୍ରେମୀ କାନ୍ଦୁଛନ୍ତି ଓ ସେମାନଙ୍କ ଭାବାବେଗକୁ କୁଠାରାଘାତ ହୋଇଛି। ଏସବୁ ପରେ ଉପମୁଖ୍ୟମନ୍ତ୍ରୀ ଓ ଆଇନମନ୍ତ୍ରୀଙ୍କ ମନ୍ତବ୍ୟ ଅତ୍ୟନ୍ତ ଦୁଃଖଦାୟକ ବୋଲି କହିଛନ୍ତି ସୁଲୋଚନା।

Leave a Reply

Your email address will not be published. Required fields are marked *