ବିପିସିଏଲ ଗ୍ୟାସ୍ ପାଇପ୍ ଲାଇନ୍ ମରାମତି ବେଳେ ଫସିଲେ ଶ୍ରମିକ । ମାଟି ତଳ ସମ୍ପରେ ଜଣେ ଶ୍ରମିକ ଫସି ରହିଥିବାର ଜଣାଯାଇଛି ।ମରାମତି ବେଳେ ଗ୍ୟାସ ଲିକ ମଧ୍ୟ ହେଉଥିବା ସୂଚନା ମିଳିଛି। ଗ୍ୟାସ୍ ଲିକ୍ ଓ ଶ୍ରମିକ ଫସିଯାଇଥିବା ସୂଚନା ପାଇଁ ଘଟଣାସ୍ଥଳରେ ଅଗ୍ନିଶମବାହିନୀ ଓ ପୋଲିସ ପହଞ୍ଚି ଉଦ୍ଧାରକାର୍ଯ୍ୟ ଆରମ୍ଭ କରିଥିଲେ । ପ୍ରାୟ ମାଟି ତଳ ସମ୍ପ୍ରୁ ୨ ଘଣ୍ଟା ପରେ ମୃତ ଅବସ୍ଥାରେ ଉଦ୍ଧାର କରାଯାଇଛି । ୨ ଘଣ୍ଟା ପରେ ଅଗ୍ନିଶମ ବାହିନୀ ପକ୍ଷରୁ ତାଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ସୂଚନା ଯୋଗ୍ୟ; କଟକ- ପାରାଦୀପ ରାସ୍ତାର ତାଳଦଣ୍ଡା ନିକଟରେ ଥିବା ବିପିସିଏଲ ଗ୍ୟାସ୍ ପାଇପ ମରାମତି ବେଳେ ସମ୍ପ୍ରେ ଜଣେ ଶ୍ରମିକ ଫସିଯାଇଥିଲେ । ଏହାପରେ ଘଟଣାସ୍ଥଳରେ ପହଞ୍ଚି ପ୍ରାୟ ୨ ଘଣ୍ଟା ପରେ ସମ୍ପ୍ରୁ ଶ୍ରମିକଙ୍କ ମୃତ ଦେହ ଉଦ୍ଧାର କରାଯାଇଛି । ଏହା ପରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଛି। ବିନା ସୁରକ୍ଷା ବ୍ୟବସ୍ଥାରେ ଶ୍ରମିକଙ୍କୁ କିଭଳି ମରାମତି କାମରେ ନିୟୋଜିତ କରାଗଲା ସେନେଇ ପ୍ରଶ୍ନବାଚୀ ସୃଷ୍ଟି କରାଯାଇଥିବା ବେଳେ ମୃତକଙ୍କ ପରିବାର ଲୋକ କ୍ଷତିପୂରଣ ଦାବି କରାଯାଇଛି । Post navigation ରାଜ୍ୟରେ ଚାକିରି ଅପେକ୍ଷାରେ ଅଛନ୍ତି ୧୨ଲକ୍ଷ ଗଣଶିକ୍ଷା ମନ୍ତ୍ରୀଙ୍କ ବାସଭବନ ଓ ପୋଲିସ ଉପରକୁ ଅଣ୍ଡା ମାଡ