ପୁଣି ମାଲକାନଗିରିରେ ଗଡ଼ିବ ଏସି ଲକ୍ଷ୍ମୀ ବସ୍। ଦୀର୍ଘ ୨୦ଦିନ ହେବ ୬ଟି ଏସି ଲକ୍ଷ୍ମୀ ବସ୍ ବନ୍ଦ ରହିଥିଲା। ଲୋକଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଚଳାଚଳ ଆରମ୍ଭ କଲେ ଜିଲ୍ଲାପାଳ। ବ୍ଲକ ସଦର ମହକୁମାରୁ ଜିଲ୍ଲା ମହକୁମାକୁ ଚାଲିଲା ୬ଟି ଏସି ବସ୍ ଗଡ଼ିବ। ଗାଁରୁ ସହରକୁ ସୁଲଭ ମୂଲ୍ୟରେ ଯାତାୟାତ ପାଇଁ ପୂର୍ବ ବିଜେଡି ସରକାର ମାଲକାନଗିରି ଜିଲ୍ଲାରୁ ହିଁ ଲକ୍ଷ୍ମୀ ବସ ସେବା ଆରମ୍ଭ କରିଥିଲେ। ଏହି ବସ ସେବା ଦ୍ୱାରା ଗ୍ରାମାଞ୍ଚଳବାସୀ ଉପକୃତ ହେଉଛନ୍ତି।

Leave a Reply

Your email address will not be published. Required fields are marked *