ଭାରତୀୟ ଜନତା ପାର୍ଟିରେ ଆମ୍ ଆଦମୀ ପାର୍ଟିର ୭ ରାଜ୍ୟସଭା ସାଂସଦଙ୍କ ମିଶ୍ରଣକୁ ମିଳିଲା ବିଧିବଦ୍ଧ ସ୍ୱୀକୃତି । ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ ।

କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ ଆଜି ସୋସିଆଲ ମିଡିଆ ପୋଷ୍ଟରେ ସୂଚନା ଦେଇଛନ୍ତି ଯେ ଉଚ୍ଚ ସଦନର ଅଧ୍ୟକ୍ଷ ସି.ପି. ରାଧାକୃଷ୍ଣନ ଆମ ଆଦମୀ ପାର୍ଟିର ସାତ ଜଣ ସାଂସଦଙ୍କ ମିଶ୍ରଣକୁ ଅନୁମୋଦନ କରିଛନ୍ତି।

ଗତ ସପ୍ତାହରେ AAP ର ୭ ଜଣ ସାଂସଦ ଦଳ ଛାଡ଼ି ଭାରତୀୟ ଜନତା ପାର୍ଟି (ବିଜେପି) ରେ ଯୋଗ ଦେଇଥିଲେ। ଆପ୍ ପକ୍ଷରୁ ଏହି ବିଦ୍ରୋହୀ ସାଂସଦମାନଙ୍କ ସଦସ୍ୟତା ରଦ୍ଦ କରିବାକୁ ଦାବି କରାଯାଇଥିଲେ ମଧ୍ୟ ସଭାପତି ଏହି ଗୋଷ୍ଠୀର ବିଜେପିରେ ମଞ୍ଜୁରୀ ଦେଇଛନ୍ତି। ଏ ସମ୍ପର୍କରେ ରାଜ୍ୟସଭା ସଚିବାଳୟ ପକ୍ଷରୁ ବିଜ୍ଞପ୍ତି ମଧ୍ୟ ଜାରି କରାଯାଇଛି।

ଏହି ବିଦ୍ରୋହୀ ଗୋଷ୍ଠୀର ବିଜେପିରେ ମିଶିବା ପରେ ରାଜ୍ୟସଭାରେ ବିଜେପି ଆହୁରି ଶକ୍ତିଶାଳୀ ହୋଇଛି ଏବଂ ଦଳର ସଦସ୍ୟ ସଂଖ୍ୟା ମଧ୍ୟ ବୃଦ୍ଧି ପାଇଛି। ରାଜ୍ୟସଭାରେ ଏବେ ବିଜେପି ସାଂସଦଙ୍କ ସଂଖ୍ୟା ୧୧୩ ରେ ପହଞ୍ଚିଛି। ଅନ୍ୟପକ୍ଷରେ, ଗତ ସପ୍ତାହ ପର୍ଯ୍ୟନ୍ତ ୭ ଜଣ ସାଂସଦ ଥିବା AAP ପାଖରେ ଏବେ ମାତ୍ର ୩ ଜଣ ସାଂସଦ ରହିଛନ୍ତି। ଦଳ ଛାଡ଼ିଥିବା ୭ ଜଣ ସାଂସଦଙ୍କ ମଧ୍ୟରୁ ୬ ଜଣ ପଞ୍ଜାବରୁ ରାଜ୍ୟସଭା ସଦସ୍ୟ ଅଟନ୍ତି।

Leave a Reply

Your email address will not be published. Required fields are marked *