ପଞ୍ଜାବର ଲୁଧିଆନା ପଶ୍ଚିମ ନିର୍ବାଚନମଣ୍ଡଳୀର ଆମ ଆଦମୀ ପାର୍ଟି (ଆପ) ବିଧାୟକ ଗୁରୁପ୍ରୀତ ଗୋଗୀ ନିଜ ବନ୍ଧୁକରୁ ନିଜକୁ ଗୁଳି କରି ମୃତ୍ୟୁବରଣ କରିଛନ୍ତି । ମିଳିଥିବା ସୂଚନା ଅନୁଯାୟୀ, ଗୁଳି ଶବ୍ଦ ଶୁଣିବା ପରେ ତାଙ୍କ ପତ୍ନୀ ସୁଖଚୈନ କୌର ଗୋଗି ଧାଇଁ ଯାଇ ଦେଖିବା ବେଳେ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଗୁରପ୍ରୀତ ସିଂହ ଟଳିପଡ଼ିଥିଲେ । ରାତି ପ୍ରାୟ ୧୨ଟା ବେଳେ ପରିବାର ଲୋକେ ତାଙ୍କୁ ଡାକ୍ତରଖାନା ନେଇଥିବାବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । କେଉଁ ପରିସ୍ଥିତିରେ ଓ କିପରି ତାଙ୍କର ମୃତ୍ୟୁ ହେଲା ତାକୁ ନେଇ ସନ୍ଦେହ ଲାଗିରହିଛି । ତେବେ ପରିବାର ସଦସ୍ୟଙ୍କ ଅନୁଯାୟୀ, ସେ ଭୁଲବଶତଃ ନିଜକୁ ଗୁଳି କରିଦେଇଥିଲେ । Post navigation ସମୃଦ୍ଧ ଓଡ଼ିଶା ଗଠନ ଯାତ୍ରାରେ ସାମିଲ ହେବାକୁ ପ୍ରବାସୀ ଓଡ଼ିଆମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ ପ୍ରଶାସନ ବିରୁଦ୍ଧରେ ଦୀପାଳି ଦାସଙ୍କ ଯୁଦ୍ଧଂ ଦେହି ଡାକରା