ପୁରୀରେ ବଡଦାଣ୍ଡରେ ତିନି ଜଣ ସଫେଇ କର୍ମଚାରୀଙ୍କୁ ଧକ୍କା ଦେଲା ଦ୍ରୁତଗାମୀ କାର। ଏକ କଳା ରଙ୍ଗର କାର ଦ୍ରୁତ ବେଗରେ ଆସି ଦୁର୍ଘଟଣା ଘଟାଇଥିବା ସୂଚନା। ତେବେ ଦୁର୍ଘଟଣାରେ ୩ ଜଣ ସଫେଇ କର୍ମଚାରୀଙ୍କ ଅବସ୍ଥା ଗୁରୁତର ଥିବାରୁ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ସଫେଇ କର୍ମଚାରୀଙ୍କ ମଧ୍ୟରେ ଦୁଇଜଣ ମହିଳା ଓ ଜଣେ ପୁରୁଷ ରହିଛନ୍ତି। ଦୁଇ ମହିଳାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ବେଳେ ପୁରୁଷ ଜଣଙ୍କ ଗୋଡ଼ରେ ଗଭୀର ଆଘାତ ଲାଗିଛି।

ସୂଚନା ମୁତାବକ ବୁଧବାର ରାତିରେ ପୁରୀ ବଡଦାଣ୍ଡରେ ସଫେଇ କର୍ମଚାରୀ ସଫେଇ କାର୍ଯ୍ୟ କରୁଥିବାବେଳେ ଏକ ଦ୍ରୁତଗାମୀ କାର୍ ସେମାନଙ୍କୁ ଧକ୍କା ଦେବା ଦେଇଥିଲା । ଏହି ଦୁର୍ଘଟଣାରେ ୩ ଜଣ ସଫେଇ କର୍ମଚାରୀଙ୍କ ଅବସ୍ଥା ଗୁରୁତର ଥିବାରୁ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ସଫେଇ କର୍ମଚାରୀଙ୍କ ମଧ୍ୟରେ ଦୁଇଜଣ ମହିଳା ଓ ଜଣେ ପୁରୁଷ ରହିଛନ୍ତି। ଦୁଇ ମହିଳାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ବେଳେ ପୁରୁଷ ଜଣଙ୍କ ଗୋଡ଼ରେ ଗଭୀର ଆଘାତ ଲାଗିଛି। ଦୁଇଜଣଙ୍କ ଅବସ୍ଥା ବି ଭଲ ନାହିଁ। ତିନି ସଫେଇ କର୍ମଚାରୀ ହେଲେ କଟକ ପଶାଣିଆର ଗୌରୀ ଦେହୁରି(୩୫), ବାଙ୍କିର ଦେବଯାନୀ ନାୟକ(୪୫) ଓ କନ୍ଧମାଳ ରୁତୁଙ୍ଗିଆର ସୁଦାମ ବେହେରା(୪୬)।

ଘଟଣା ଘଟିବା ସମୟରେ ସ୍ଥାନୀୟ ଲୋକ ଗୋଡେଇ ଗୋଡେଇ କାରକୁ ଧରିବା ସହ ଡ୍ରାଇଭରଙ୍କୁ ନିସ୍ତୁକ ମାଡ଼ ମାରିଛନ୍ତି। ପରେ ଖବର ପାଇ ପୁଲିସ ସେଠାରେ ପହଞ୍ଚି ଦୁର୍ଘଟଣା ଘଟାଇଥିବା କାରଟିକୁ ଜବତ କରିଛି।

ଅନ୍ୟପଟେ ଏହି ଘଟଣାରେ କାର୍ଯ୍ୟାନୁଷ୍ଠାନ ଦାବିରେ ଆଜି ରାତିରେ ସଫେଇ କର୍ମଚାରୀମାନେ ବଡ଼ଦାଣ୍ଡରେ ଧାରଣା ଦେଇଥିଲେ। ପୁରୀ ପୌରପାଳିକା ଓ ଜାଗୃତିର ଅଧିକାରୀ ଆସି ବୁଝାଶୁଝା ଓ କାର୍ଯ୍ୟାନୁଷ୍ଠାନର ପ୍ରତିଶ୍ରୁତି ଦେବା ପରେ ସଫେଇ କର୍ମଚାରୀମାନେ ଆନ୍ଦୋଳନରୁ ଓହରିଛନ୍ତି।

Leave a Reply

Your email address will not be published. Required fields are marked *