ସୋସିଆଲ ମିଡିଆରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଭିଡିଓ ଅସ୍ଥାୟୀ ଭାବରେ ହଟାଇବା ଘଟଣାରେ ମେଟାର ଗ୍ଲୋବାଲ୍ ମୁଖ୍ୟ ଜୋଏଲ୍ କାପଲାନ ଓ ଇନ୍‌ଷ୍ଟାଗ୍ରାମ୍ ମୁଖ୍ୟ ଆଡାମ ମୋସେରୀଙ୍କୁ କେନ୍ଦ୍ର ସରକାରଙ୍କ ସମନ । ଉଭୟଙ୍କୁ ସମନ ଜାରି କଲା ଆଇଟି ମନ୍ତ୍ରାଳୟ ।

ଅନ୍ୟପଟେ ମେଟା ଏହି ଘଟଣା ପାଇଁ ସରକାରଙ୍କୁ କ୍ଷମା ପ୍ରାର୍ଥନା କରିଛି ଏବଂ ସ୍ୱୀକାର କରିଛି ଯେ ଭିଡିଓଟି ନୀତି ଉଲ୍ଲଂଘନ ନୁହେଁ, ବରଂ ଏକ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଭୁଲବଶତଃ ହଟାଇ ଦିଆଯାଇଥିଲା । କମ୍ପାନୀ ଏହା ମଧ୍ୟ ସ୍ପଷ୍ଟ କରିଛି ଯେ ତ୍ରୁଟି ଜଣାପଡିବା ମାତ୍ରେ ଭିଡିଓଟିକୁ ପ୍ଲାଟଫର୍ମରେ ପୁଣିଥରେ ରି-ଅପଲୋଡ କରାଯାଇଛି ।

Leave a Reply

Your email address will not be published. Required fields are marked *