ଶ୍ରୀଲଙ୍କା ବିପକ୍ଷ ୨ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ ପାଇଁ ଟିମ୍ ଘୋଷଣା କଲା ଇଣ୍ଡିଆ । ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ହେବାକୁଥିବା ଟେଷ୍ଟ ସିରିଜ୍ ପାଇଁ BCCI ପକ୍ଷରୁ ଦଳ ଘୋଷଣା କରାଯାଉଛି।

ଗିଲ୍‌ଙ୍କ ନେତୃତ୍ବରେ ୧୫ ଜଣିଆ ଦଳରେ ରାହୁଲ ଉପଅଧିନାୟକ ଥିବା ବେଳେ ଟିମରେ ଫେରିଲେ ଅଲ୍‌ରାଉଣ୍ଡର ରବୀନ୍ଦ୍ର ଜାଡେଜା। ଏଥି ସହିତ ସାରାଂଶ ଜୈନ୍‌ ନୂଆ ମୁହଁ ଦେଖିବାକୁ ମିଳିଛି । ୱାଶିଂଟନ ସୁନ୍ଦରଙ୍କ ସ୍ଥାନରେ ସ୍ପିନ୍ ବୋଲିଂ ଅଲ୍‌ରାଉଣ୍ଡର ସାରାଂଶଙ୍କୁ ଡକରା ଦିଆଯାଇଛି। ସୁଦର୍ଶନ ଓ ବୁମ୍‌ରାଙ୍କ ଖେଳିବା ଫିଟନେସ୍‌ କ୍ଲିୟରାନ୍ସ ଉପରେ ନିର୍ଭର କରିବ ।

ଘୋଷିତ ଦଳରେ ଗିଲ୍, ରାହୁଲ, ଜୟସ୍ବାଲ, ପନ୍ତ, ସୁଦର୍ଶନ, ଧ୍ରୁବ ଜୁରେଲ୍ । ଜାଡେଜା, କୁଲଦୀପ, ମାନବ ସୂତାର, ବୁମରା, ସିରାଜ, ପ୍ରସିଦ୍ଧ କ୍ରିଷ୍ଣା । ଗୁରନୁର୍‌ ବ୍ରାର୍, ଦେବଦତ୍ତ ପାଡିକଲ ଓ ସାରାଂଶ ଜୈନଙ୍କୁ ସୁଯୋଗ ମିଳିଛି। ଅଗଷ୍ଟ ୧୫ରେ ପ୍ରଥମ ଓ ୨୩ରେ ଦ୍ବିତୀୟ ଟେଷ୍ଟ ମ୍ୟାଚ୍ ଖେଳାଯିବ ।

Leave a Reply

Your email address will not be published. Required fields are marked *