ଭୁବନେଶ୍ୱର ୟୁନିଟ୍-୨ ସ୍ଥିତ ଅଭିଯୋଗ ପ୍ରକୋଷ୍ଠରେ ୬ ଜଣ ମନ୍ତ୍ରୀଙ୍କୁ ନେଇ ମୁଖ୍ୟମନ୍ତ୍ରୀଙ୍କ ୧୯ତମ ଅଭିଯୋଗ ଶୁଣାଣି ଶେଷ ହୋଇଛି । ୧୮ ପାଳି ସୁଦ୍ଧା ୯୬ ପ୍ରତିଶତ ସମାଧାନ ହୋଇଥିବା ନେଇ ଆଜି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏଥି ସହିତ ଆଜି ୧୨ ଜଣ ରୋଗୀଙ୍କ ପାଇଁ ୬.୧୫ ଲକ୍ଷ ତୁରନ୍ତ ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ। ମୁଖ୍ୟମନ୍ତ୍ରୀ କହିଛନ୍ତି, ସରକାର କ୍ଷମତାକୁ ଆସିବା ଦିନଠାରୁ ସାଧାରଣ ଲୋକଙ୍କ ସମସ୍ୟାର ସମାଧାନକୁ ସର୍ବାଧିକ ଗୁରୁତ୍ୱ ଦିଆଯାଉଛି। ରାଜ୍ୟ ସ୍ତରରୁ ଆରମ୍ଭ କରି ଜିଲ୍ଲା, ଉପଜିଲ୍ଲା, ତହସିଲ ଏବଂ ବ୍ଲକ୍ ସ୍ତର ପର୍ଯ୍ୟନ୍ତ ପ୍ରତ୍ୟେକ ଅଭିଯୋଗର ନିୟମିତ ତଦାରଖ କରାଯାଉଥିବାରୁ ଅଭିଯୋଗ ସମାଧାନର ହାର ଲଗାତାର ବଢ଼ୁଛି। ପ୍ରଥମ ୧୮ଟି ଜନଶୁଣାଣିରେ ମୋଟ ୧୪,୯୪୧ଟି ଆବେଦନ ଆସିଥିବା ବେଳେ ସେଥିରୁ ୧୪,୩୩୧ଟି ଅଭିଯୋଗର ସମାଧାନ କରାଯାଇଛି। ଅର୍ଥାତ୍ ପ୍ରାୟ ୯୬ ପ୍ରତିଶତ ଅଭିଯୋଗର ସଫଳ ନିଷ୍ପତ୍ତି ହୋଇଛି। Post navigation Lok Sabha Deadlock Ends; All Parties Agree to Debate Paper Leak Bill Tomorrow Missing Naidu Commission Files: Odisha CM Orders Crime Branch Probe Into Swami Laxmanananda Case