ବାଲେଶ୍ୱର ଜିଲ୍ଲାର ମାର୍କୋଣା ରେଳ ଷ୍ଟେସନ ନିକଟରେ ପୁରୀ-ହାୱଡା ଧଉଳି ଏକ୍ସପ୍ରେସ ଟ୍ରେନରେ ନିଆଁ। ଟ୍ରେନର ଏସ୍ଏଲ୍ଆରଡି କୋଚରେ ନିଆଁ ଲାଗିଥିବା ଜଣାପଡ଼ିଛି । ଟ୍ରେନରେ ଥିବା ଯାତ୍ରୀମାନେ ସୁରକ୍ଷା ପାଇଁ ଶୀଘ୍ର ଟ୍ରେନ୍ ରୁ ବାହାରକୁ ବାହାରି ଆସିଥିଲେ। ତେବେ ବିଦ୍ୟୁତ୍ ସର୍ଟସର୍କିଟ୍ ଯୋଗୁଁ ଗୋଟିଏ କୋଚରୁ ଧୂଆଁ ବାହାରିଥିବା ଜଣାପଡ଼ିଛି ।

ସୂଚନା ପାଇ ଅଗ୍ନିଶମ କର୍ମଚାରୀମାନେ ଘଟଣାସ୍ଥଳକୁ ପହଞ୍ଚି ସମୟ ମଧ୍ୟରେ ଏହାକୁ ନିୟନ୍ତ୍ରଣ କରିଥିଲେ।

ସୂଚନା ଅନୁଯାୟୀ; ବାଲେଶ୍ୱର ମାର୍କୋଣା ଷ୍ଟେସନରେ ନିକଟରେ ଟ୍ରେନର ଲୋକୋ ପାଇଲଟ୍ ଏସ୍ଏଲ୍ଆରଡି କୋଚରେ ଧୂଆଁ ବାହାରୁଥିବା ଦେଖି ଟ୍ରେନକୁ ଅଟକାଇଥିଲେ । ଯାତ୍ରୀମାନେ ମଧ୍ୟ ଧୂଆଁ ଦେଖି ଟ୍ରେନରୁ ଓହ୍ଲାଇ ପଡ଼ିଥିଲେ । ଲୋକୋ ପାଇଲଟ ମାର୍କୋଣା ଷ୍ଟେସନ ମାଷ୍ଟରଙ୍କୁ ଜଣାଇଥିଲେ। ଯାଞ୍ଚ ପରେ ଟ୍ରେନରେ ବିଦ୍ୟୁତ ସର୍ଟ ସର୍କିଟ ଯୋଗୁଁ ନିଆଁ ଲାଗିଥିବା ସ୍ପଷ୍ଟ ହୋଇଥିଲା ।

 

 

Leave a Reply

Your email address will not be published. Required fields are marked *