ଆଜି ସାମ୍ବାଦିକ ମାନଙ୍କୁ ବିବୃତ୍ତି ଦେଇ ଓପିସିସି ସଭାପତି ଭକ୍ତ ଚରଣ ଦାସ ସରକାରଙ୍କୁ ରୋକଠୋକ କହିଛନ୍ତି ଯେ, ଯଦି ଆଗାମୀ ୭ ଦିନ ମଧ୍ୟରେ ଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଇସ୍ତଫା ଦେବେ ନାହିଁ ତେବେ କଂଗ୍ରେସ ଓଡିଶା ବନ୍ଦ କରିବ । ୧୯୪୨ ଆନ୍ଦୋଳନ ପରେ ରାହୁଳ ଗାନ୍ଧୀଙ୍କ ନେତୃତ୍ୱରେ ଭାରତରେ ଛାତ୍ରଙ୍କ ଆନ୍ଦୋଳନ ଏକ ବିଶାଳ ଜନ ଆନ୍ଦୋଳନରେ ପରିବର୍ତ୍ତନ ହେଲାଣି । ଛାତ୍ରଙ୍କ ଭବିଷ୍ୟତ ସହିତ କୌଣସି ପ୍ରକାର ସାଲିସ କରାଯିବ ନାହିଁ ଏବଂ ଛାତ୍ରଙ୍କ ପ୍ରତ୍ୟେକ କାର୍ଯ୍ୟରେ ସହାୟତା ପାଇଁ ରାହୁଳ ଗାନ୍ଧୀଙ୍କ ଆହ୍ୱାନ କଂଗ୍ରେସ ରାଜ୍ୟର କୋଣ ଅନୁକୋଣରେ ଲାଗୁ କରିବ । ଓଡ଼ିଶାରେ ଜେନ ଜୀଙ୍କ ଆନ୍ଦୋଳନକୁ କଂଗ୍ରେସର ସମସ୍ତ ପ୍ରକାର ସମର୍ଥନ ଓ ସହଯୋଗ ରହିବ ବୋଲି ଭକ୍ତ ଦାସ କହିଛନ୍ତି । ସେ ଆହୁରି କହିଛନ୍ତି ଯେ, ଜେନ ଜୀ ଆନ୍ଦୋଳନ ପରେ ବିଜେପିର ଓଲଟା ଗଣତି ଆରମ୍ଭ ହୋଇଯାଇଛି । କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଇସ୍ତଫା ଦେଲା ପରେ ରାଜ୍ୟ ଶିକ୍ଷାମନ୍ତ୍ରୀଙ୍କ ଇସ୍ତଫା ଦେବାରେ ଅସୁବିଧା କଣ ବୋଲି ସରକାରଙ୍କୁ ପ୍ରଶ୍ନ ପଚାରିଛନ୍ତି । Post navigation Indian Idol 16 : ‘ଇଣ୍ଡିଆନ ଆଇଡଲ୍ ୧୬’ ବିଜେତା ହେଲେ ଓଡ଼ିଆ ଝିଅ ଜ୍ୟୋତିର୍ମୟୀ ନାୟକ