ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟରୁ ଫାଇଲ୍ ଚୋରି ମାମଲାରେ ଆଜି କ୍ୟାପିଟାଲ ଥାନାରେ ହାଜର ହୋଇପାରିବେ ନାହିଁ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି.କେ. ପାଣ୍ଡିଆନ୍ । ସେ ବର୍ତ୍ତମାନ ବିଦେଶରେ ଥିବାରୁ ଥାନାରେ ବ୍ୟକ୍ତିଗତ ଭାବେ ହାଜର ହୋଇପାରିବେ ନାହିଁ ବୋଲି ଇମେଲ୍ ଯୋଗେ ପୋଲିସକୁ ସୂଚନା ଦେଇଛନ୍ତି । ପାଣ୍ଡିଆନ୍ ତାଙ୍କ ଇମେଲ୍ରେ ଭିଡିଓ କନଫରେନ୍ସ ଜରିଆରେ ତାଙ୍କର ବୟାନ ରେକର୍ଡ କରିବା ପାଇଁ ଅନୁରୋଧ କରିଛନ୍ତି । ଅନ୍ୟଥା ସେ ବିଦେଶରୁ ଫେରିବା ପରେ ନିର୍ଦ୍ଧିଷ୍ଟ ତାରିଖରେ ଥାନାରେ ହାଜର ହେବେ ବୋଲି ମଧ୍ୟ ଜଣାଇଛନ୍ତି । ଏନେଇ ପୋଲିସ ପକ୍ଷରୁ କ’ଣ ପଦକ୍ଷେପ ନିଆଯିବ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । Post navigation Ratha Jatra 2026: ଆଜି ରଥରେ ମହାପ୍ରଭୁଙ୍କ ସୁନାବେଶ; ମହଣ ମହଣ ସୁନା ପିନ୍ଧି ଭକ୍ତଙ୍କୁ ଦର୍ଶନ ଦେବେ ଚତୁର୍ଦ୍ଧାମୂର୍ତ୍ତି Education Minister Dharmendra Pradhan Resigns