ଦୀର୍ଘ ଅପେକ୍ଷାର ଅନ୍ତ ଘଟିଛି। ପବିତ୍ର ବାହୁଡ଼ା ଯାତ୍ରା ଅବସରରେ ଶେଷ ହୋଇଛି ଚତୁର୍ଦ୍ଧାମୂର୍ତ୍ତିଙ୍କ ପବିତ୍ର ପହଣ୍ଡି ବିଜେ। ଭକ୍ତି, ମନ୍ତ୍ର ଏବଂ ପାରମ୍ପରିକ ରୀତିନୀତିରେ ପରିପୂର୍ଣ୍ଣ ଏହି ଦିବ୍ୟ ଶୋଭାଯାତ୍ରା ଦେଖିବା ପାଇଁ ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ ହୋଇଛି। ଏହାରି ମଧ୍ୟରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ପ୍ରଭୁ ରଥଉପରକୁ ଯିବାକୁ ବି ଅପେକ୍ଷା ନ କରି ବାହୁଡ଼ା ବେଳେ ମହାପ୍ରଭୁଙ୍କ ଟାହିଆ ଛିଣ୍ଡାଇନେଲେ ସେବାୟତ। ପୁଣି ବିନା ଟାହିଆରେ ନନ୍ଦିଘୋଷ ରଥରେ ବିଜେ କରିଛନ୍ତି ଜଗତର ନାଥ ଜଗନ୍ନାଥ। ଜଗନ୍ନାଥଙ୍କ ରଥଯାତ୍ରା ସମୟରେ ମହାପ୍ରଭୁଙ୍କ ଟାହିଆକୁ ନେଇ ଭକ୍ତ ଓ ସମାଜରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିବା ବେଳେ ବାହୁଡା ବେଳେ ଏହି ଭଳି ଦୃଶ୍ୟ ଭକ୍ତଙ୍କ ମନକୁ ଆଘାତ କରିଛି । Post navigation MoUs with HCLTech and Sarvham AI: ଓଡ଼ିଶାରେ ଟେକ୍ ବିପ୍ଳବ: HCLTech ଓ ‘ସର୍ଭମ AI’ ସହ ସ୍ୱାକ୍ଷରିତ ହେଲା ଦୁଇଟି MoU Vande Mataram Bill: ରାଜ୍ୟସଭାରେ ଆଗତ ହେଲା ବନ୍ଦେ ମାତରମ୍ ବିଲ୍