ଆଜି ଶ୍ରୀଜୀଉଙ୍କ ପବିତ୍ର ବାହୁଡ଼ା ଯାତ୍ରା । ଜନ୍ମବେଦୀରୁ ଲୀଳାଖେଳା ସାରି ରତ୍ନବେଦୀକୁ ବାହୁଡ଼ିବେ ମହାବାହୁ । ସେଥିପାଇଁ ଚଳଚଞ୍ଚଳ ଶ୍ରୀକ୍ଷେତ୍ର । ମହାପ୍ରଭୁ ଆଜି ବଡ଼ ଭାଇ, ଭଉଣୀଙ୍କୁ ସାଙ୍ଗରେ ଧରି ଫେରିବେ ରତ୍ନବେଦିକୁ । ଅନ୍ୟପଟେ ଭକ୍ତ ମାନେ କିପରି ଶୃଙ୍ଖଳିତ ଭାବେ ମହାବାହୁଙ୍କୁ ଦର୍ଶନ କରିବେ ସେନେଇ ପୂରା ପ୍ରସ୍ତୁତ ପୁରୀ ପୋଲିସ । ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରାକୁ ସଫଳ କରିବାକୁ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି।

 

Leave a Reply

Your email address will not be published. Required fields are marked *