ବ୍ରହ୍ମପୁରର MKCG ମେଡିକାଲରେ COVID-19 ମାମଲା ସମ୍ପର୍କରେ ଗୁଜବକୁ ହସ୍ପିଟାଲ କର୍ତ୍ତୃପକ୍ଷ ଖଣ୍ଡନ କରିଛନ୍ତି ।ହସପିଟାଲରେ କୌଣସି ରୋଗୀ ନଥିବା କିମ୍ବା କୋଭିଡ ଟେଷ୍ଟ ପାଇଁ ଆମେ କାହାକୁ ପରାମର୍ଶ ଦେଇନାହୁଁ ବୋଲି କହିଛନ୍ତି ମେଡିକାଲ ଅଧ୍ୟକ୍ଷା ପ୍ରଫେସର ଡ଼କ୍ଟର ସୁଦୀପା ଦାଶ । ଏଥି ସହିତ ଜିଲ୍ଲା କଲେକ୍ଟର ଗଞ୍ଜାମ ଏବଂ ମୁଖ୍ୟ ଜିଲ୍ଲା ଚିକିତ୍ସା ଅଧିକାରୀ (CDMO) ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ ଜିଲ୍ଲାରେ COVID ର କୌଣସି ମାମଲା ନାହିଁ। ଡ଼କ୍ଟର ସୁଦୀପା ଦାଶ କହିଛନ୍ତି ଯେ ପାଗ ପରିବର୍ତ୍ତନ ଯୋଗୁଁ ଭାଇରାଲ୍ ଜ୍ୱର ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇଛି ଏବଂ ଏହି ରୋଗୀମାନଙ୍କ ମଧ୍ୟରେ କରୋନା ସଦୃଶ ଲକ୍ଷଣ ଦେଖାଦେଇଛି । ତେଣୁ ଭୟଭୀତ ହୁଅନ୍ତୁ ନାହିଁ। Post navigation Dilip Ray Raises Issue of India’s Debt Position: ରାଜ୍ୟସଭାରେ ଦେଶର ବର୍ଦ୍ଧିତ ଋଣ ସ୍ଥିତି ପ୍ରସଙ୍ଗ ଉଠାଇଲେ ସାଂସଦ ଦିଲୀପ ରାୟ Ratha Jatra: ତାଳଧ୍ବଜ ରଥ ହେଲା ଦକ୍ଷିଣ ମୋଡ଼