ରଥଯାତ୍ରା ସମୟରେ ବଡ଼ଦାଣ୍ଡ ସ୍ଥିତି ମରିଚିକୋଟ ଛକଠାରେ ଦଳାଚକଟାରେ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ଘଟଣାରେ ଆର୍ଥିକ ଅନୁକମ୍ପାମୂଳକ ରାଶି ଘୋଷଣା କରିଛନ୍ତି ରାଜ୍ୟ ସରକାର । ମୃତକଙ୍କ ନିକଟ ସମ୍ପର୍କୀୟଙ୍କ ପାଇଁ ୧୦ ଲକ୍ଷ ଲେଖାଏଁ CMRFରୁ ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ହିତାଧିକାରୀଙ୍କ ମଧ୍ୟରେ କଟକର ଅନିଲ ଦାସ ଏବଂ ମୁମ୍ବାଇର ଅଶୋକ ସୁବାରେଙ୍କ ପରିବାର ଅନ୍ତର୍ଭୁକ୍ତ। ଦୁଇ ଶ୍ରଦ୍ଧାଳୁଙ୍କ ଦୁଃଖଦ ମୃତ୍ୟୁ ପାଇଁ ଗଭୀର ଦୁଃଖ ପ୍ରକାଶ କରି ମୁଖ୍ୟମନ୍ତ୍ରୀ ମାଝୀ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇବା ସହିତ ସେମାନଙ୍କ କଷ୍ଟକର ସମୟରେ ସମର୍ଥନ ସ୍ୱରୂପ କ୍ଷତିପୂରଣ ଘୋଷଣା କରିଛନ୍ତି। ଏ ନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ସୂଚନା ଦିଆଯାଇ କୁହାଯାଇଛି ଜୁଲାଇ ୧୬ ତାରିଖରେ ପୁରୀଠାରେ ଅସୁସ୍ଥତା ହେତୁ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଥିବା କଟକର ଅନୀଲ ଦାସ ଓ ମୁମ୍ବାଇର ଅଶୋକ ସୁବାରେ ରାଇକରଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଶୋକ ପ୍ରକାଶ କରିବା ସହ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠି (CMRF) ରୁ ମୃତକଙ୍କ ପରିବାରର ନିକଟତମ ଆତ୍ମୀୟଙ୍କ ପାଇଁ ୧୦ ଲକ୍ଷ ଲେଖାଏଁ ସହାୟତା ଘୋଷଣା କରିଛନ୍ତି । Post navigation Landslides in J&K’s Poonch: ଜମ୍ମୁ କାଶ୍ମୀରରେ ଭୂସ୍ଖଳନ; ୭ ମୃତ OSRTC Jagannath Express Bus Accident: ଓଏସଆରଟିସି ଜଗନ୍ନାଥ ଏକ୍ସପ୍ରେସ ଦୁର୍ଘଟଣାଗ୍ରସ୍ତ; ୨୫ରୁ ଅଧିକ ଯାତ୍ରୀ ଆହତ