ବରଗଡ଼ ଗୋଷ୍ଟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଅଘଟଣ । ଚିକିତ୍ସା ପାଇଁ ହସ୍ପିଟାଲକୁ ଆସିଥିବା ଜଣେ ଯୁବକ ହଠାତ୍ ଉତ୍ତେଜିତ ହୋଇ କର୍ତ୍ତବ୍ୟରତ ଡାକ୍ତରଙ୍କ ଉପରେ ଷ୍ଟୁଲ୍ ଫିଙ୍ଗି ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଏହି ଆକ୍ରମଣରେ ଡାକ୍ତର ସୁଦୀପ୍ତ କୁମାର ରାଉତ ଗୁରୁତର ଆହତ ହୋଇଛନ୍ତି । ଅନ୍ୟପଟେ ଏହି ସବୁ ଘଟଣା ସିସିଟିଭି କ୍ୟାମେରାରେ ସମ୍ପୂର୍ଣ୍ଣ କଏଦ ହୋଇଛି । ଏହି ଆଶ୍ଚର୍ଯ୍ୟଜନକ ଘଟଣା ରାଜ୍ୟବ୍ୟାପୀ ଡାକ୍ତରୀ ବୃତ୍ତିଗତଙ୍କ ମଧ୍ୟରେ ବ୍ୟାପକ ଚିନ୍ତା ସୃଷ୍ଟି କରିଛି। ଟାଉନ୍ ପୋଲିସ ଅଭିଯୁକ୍ତ ଯୁବକଙ୍କୁ ଅଟକ ରଖିଛି, ଯଦିଓ ତଦନ୍ତ ଜାରି ରହିଥିବାରୁ ହଠାତ୍ ଆକ୍ରମଣ ପଛର ପ୍ରକୃତ ଉଦ୍ଦେଶ୍ୟ ଅସ୍ପଷ୍ଟ ରହିଛି। Post navigation Monsoon Session Of Parliament: ମୌସୁମୀ ଅଧିବେଶନ ଆରମ୍ଭରୁ ହଟ୍ଟଗୋଳ; ୧୨ଟା ଯାଏଁ ଗୃହକୁ ମୁଲତବି କଲେ ବାଚସ୍ପତି Balianta Lynching Case: ବାଲିଅନ୍ତା ହତ୍ୟା ମାମଲା; ଆସିଲା ଓମ୍ର ଲାଇ ଡିଟେକ୍ସନ ଟେଷ୍ଟ ରିପୋର୍ଟ