odisha-to-host-investors-road-show-in-delhi-in-august
ଓଡ଼ିଶାରେ ଅଧିକ ପୁଞ୍ଜି ନିବେଶ ଆକର୍ଷଣ ପାଇଁ ରାଜ୍ୟ ସରକାର ଆଉ ଏକ ବଡ଼ ପଦକ୍ଷେପ ନେଉଛନ୍ତି । ଆସନ୍ତା ଅଗଷ୍ଟ ମାସରେ ରାଜଧାନୀ ଦିଲ୍ଲୀରେ ‘ଇନଭେଷ୍ଟର୍ସ ରୋଡ୍‌ ସୋ’ ଆୟୋଜନ କରାଯିବ । ଏନେଇ ଶିଳ୍ପ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ସୂଚନା ଦେଇଛନ୍ତି ।
 
ସ୍ୱାଇଁ କହିଛନ୍ତି ଯେ ଦିଲ୍ଲୀରେ ହେବାକୁ ଥିବା ‘ରୋଡ୍‌ ସୋ’ରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ‘ଟିମ୍‌ ଓଡ଼ିଶା’ର ନେତୃତ୍ୱ ନେବେ । ଏହି କାର୍ଯ୍ୟକ୍ରମରେ ଦେଶର ବଡ଼ ଶିଳ୍ପତି ଓ ନିବେଶକମାନଙ୍କୁ ଓଡ଼ିଶାର ଶିଳ୍ପ ସମ୍ଭାବନା ସମ୍ପର୍କରେ ଅବଗତ କରାଯିବ ।
 
ଦିଲ୍ଲୀ ରୋଡ୍‌ ସୋ’ରେ ମୁଖ୍ୟ ଫୋକସ୍‌ ରହିବ ଖାଦ୍ୟ ପ୍ରକ୍ରିୟାକରଣ ସେକ୍ଟର । ଓଡ଼ିଶାର କୃଷି ଉତ୍ପାଦ ଓ ସମୁଦ୍ର ସମ୍ପଦକୁ ଆଧାର କରି ଏହି କ୍ଷେତ୍ରେ ଅଧିକ ଶିଳ୍ପ ସ୍ଥାପନ ପାଇଁ ପ୍ରୟାସ କରାଯିବ ।

By Nirvay

Leave a Reply

Your email address will not be published. Required fields are marked *