ପ୍ରଶ୍ନପତ୍ର ଲିକ୍ ନେଇ ବିବାଦ ପରେ ଆଜି ଦେଶର ୫୬୪ଟି ସହରରେ NEET-UG 2026 ପରୀକ୍ଷା ପୁନଃପରିଚାଳନା କରାଯାଉଛି। ପେପର୍ ଲିକ୍ ଯୋଗୁଁ ଗତ ମାସରେ ପରୀକ୍ଷା ବାତିଲ୍ ହେବାପରେ ଏଥର କଡ଼ା ସୁରକ୍ଷା ସହିତ ତ୍ରୁଟିଶୂନ୍ୟ ଭାବେ ପରୀକ୍ଷା ପରିଚାଳନା ପାଇଁ ବଡ଼ ପ୍ରସ୍ତୁତି କରିଛି ଏନଟିଏ । ସାରା ଦେଶରେ ୫ ହଜାର ୪୪୦ଟି ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେବେ ୨୨ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ। ଓଡ଼ିଶାର ୨୭ଟି ସହରର ୧୩୨ଟି ସେଣ୍ଟରରେ ପରୀକ୍ଷା ଦେବେ ପ୍ରାୟ ୫୭ ହଜାର ଛାତ୍ରଛାତ୍ରୀ । ଅପରାହ୍ନ ୨ଟାରୁ ଆରମ୍ଭ ହୋଇ ୫ଟା ୧୫ରେ ସରିବ ପରୀକ୍ଷା । ପରୀକ୍ଷାର୍ଥୀଙ୍କୁ ସକାଳ ୧୧ଟାରୁ ଦିପହର ୧ଟା ୩୦ ମଧ୍ୟରେ କେନ୍ଦ୍ରରେ ପହଞ୍ଚିବାକୁ ହେବ । Post navigation Rayagada Mob Violence: ରେଡ୍ ଫ୍ଲାଗ୍ ଅନ୍ତର୍ଭୁକ୍ତ ହେବ ରାୟଗଡ଼ା ହିଂସା: ଏସ୍ପି