ରାୟଗଡ଼ା ଭିଡ଼ ହିଂସା ମାମଲାକୁ ରେଡ୍ ଫ୍ଲାଗ୍ ଅନ୍ତର୍ଭୁକ୍ତ କରାଯିବ ବୋଲି ଆଜି ସୂଚନା ଦେଇଛନ୍ତି ରାୟଗଡ଼ା ଏସ୍‌ପି ରାଜ ପ୍ରସାଦ । ସେ କହିଛନ୍ତି ଏହି ଘଟଣା ଏକ ଅତ୍ୟନ୍ତ ନିନ୍ଦନୀୟ ଏବଂ ସମ୍ବେଦନଶୀଳ ଘଟଣା । ଏଥିରେ ୩ ମାମଲା ରୁଜୁ କରାଯାଇଛି ।

ଏହି ଘଟଣାରେ ବର୍ତ୍ତମାନ ସୁଦ୍ଧା ୨୦ ଜଣଙ୍କୁ ଗିରଫ କରାଯାଇଛି । ବାକି ଅଭିଯୁକ୍ତଙ୍କୁ ଧରିବା ପାଇଁ ସ୍ୱତନ୍ତ୍ର ଟିମ୍ ଗଠନ ହୋଇଛି । ଏହା ସହ ଏହି ଘଟଣାର ଭିଡିଓ ଭାଇରାଲ କରିଥିବା ବ୍ୟକ୍ତିଙ୍କୁ ଚିହ୍ନଟ ପାଇଁ ଉଦ୍ୟମ ଚାଲିଛି ।ଭାଇରାଲ କରିଥିବା ବ୍ୟକ୍ତିଙ୍କ ବିରୋଧରେ ବି ଆକ୍ସନ ହେବ ।

Leave a Reply

Your email address will not be published. Required fields are marked *