ଆଜି ସାରାଦେଶରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ କରାଯାଉଛି। ଆଜି କଳିଙ୍ଗ ଷ୍ଟାଡିୟମଠାରେ ରାଜ୍ୟସ୍ତରୀୟ ଯୋଗ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। 

ଏହି ଅବସରରେ ଅନ୍ତର୍ଜାତୀୟ ଯୋଗ ଦିବସର ଶୁଭେଚ୍ଛା ଜଣାଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଶାରୀରିକ, ବୌଦ୍ଧିକ, ମାନସିକ ବିକାଶ ପାଇଁ ଯୋଗ ଆବଶ୍ୟକ । ପୃଥିବୀର ସବୁ ଦେଶରେ ଯୋଗ ଦିବସ ପାଳନ କରାଯାଉଛି । ଚାପମୁକ୍ତ ଜୀବନ, ସୁନ୍ଦର ସ୍ୱାସ୍ଥ୍ୟ ପାଇଁ ଯୋଗ ଅତ୍ୟନ୍ତ ଆବଶ୍ୟକ ।

ଏହା ସହ ଓଡ଼ିଶାର ପ୍ରତ୍ୟେକ ଜିଲ୍ଲାରେ ଯୋଗ ଦିବସ ପାଳନ ପାଇଁ ଖୁସି ପ୍ରକଟ କରି ଦୈନଦିନ ଜୀବନରେ ଯୋଗ ଓ ପ୍ରାଣାୟମକୁ ସାମିଲ କରିବା ସହ ଦୈନିକ ୨୦ରୁ ୩୦ ମିନିଟ୍ ଯୋଗଭ୍ୟାସ କରିବାକୁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ସେ କହିଛନ୍ତି ଯୁବପିଢ଼ି ଅଧିକ ମୋବାଇଲ ବ୍ୟବହାର କରୁଛନ୍ତି । ସୋସିଆଲ ମିଡ଼ିଆରେ ଅଧିକ ସମୟ କାଟୁଛନ୍ତି । ମୋବାଇଲ ବ୍ୟବହାର ନକରି ପ୍ରତିଦିନ ୩୦ ମିନିଟ ବ୍ୟାୟାମ କରନ୍ତୁ । ସେହି ପରି ଔଷଧ ଖାଇବା ପୂର୍ବରୁ ଯୋଗ କର। ବୟସ୍କମାନଙ୍କ ପାଇଁ ଯୋଗ ହିଁ ବାର୍ଦ୍ଧକ୍ୟର ସର୍ବଶ୍ରେଷ୍ଠ ଔଷଧ।” ବୟସ ବଢ଼ିବା ସହିତ ରକ୍ତଚାପ, ମାନସିକ ଚାପ ଓ ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟା ବଢ଼ିଥାଏ। ତେଣୁ ସେଗୁଡ଼ିକୁ ଦୂରେଇ ରଖିବା ପାଇଁ ଯୋଗ ଓ ପ୍ରାଣାୟାମକୁ ଜୀବନଶୈଳୀରେ ସାମିଲ କରିବାକୁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ।

Leave a Reply

Your email address will not be published. Required fields are marked *