ପୁରୀ ଶ୍ରୀମନ୍ଦିରରୁ ଜବତ ହେଲା ଡାଲଡା ଘିଅ । ଶୁଦ୍ଧ ଗୁଆ ଘିଅ ବଦଳରେ ଡାଲଡା ଘିଅ ବ୍ୟବହାର କରୁଥିବାରୁ ଜବତ କରିଛି ଶ୍ରୀମନ୍ଦିର ପ୍ରଶାସନ । ସୁରକ୍ଷା ଅଧିକାରୀଙ୍କ ପକ୍ଷରୁ ଚଢାଉବେଳେ ୩୦ ପ୍ୟାକେଟ ଡାଲଡା ଘିଅ ଜବତ ହୋଇଥିବା ନେଇ ଜଣାପଡିଛି। ଏହାପରେ ଏ ନେଇ ସିଂହଦ୍ଵାର ପୋଲିସ୍‌କୁ ଅବଗତ କରାଇଛନ୍ତି ଶ୍ରୀମନ୍ଦିର ସୁରକ୍ଷା ଅଧିକାରୀ । ତେବେ କେଉଁ ସୁଆର ରୋଷ ଘରକୁ ଡାଲଡା ନେଉଥିଲେ ସେ ନେଇ ତଦନ୍ତ ଜାରି କରାଯାଇଛି ।

Leave a Reply

Your email address will not be published. Required fields are marked *