ଜେଲ ଗଲେ କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ତିଖିରିର ଭାଇରାଲ ଭିଡିଓ ସରପଞ୍ଚ ଚାମେଲି ଓଝା । ବିଡିଓଙ୍କୁ ଅଶାଳୀନ ବ୍ୟବହାର କରିବା ଓ ଥାନା ଭିତରେ ପଶି ପୋଲିସ ଉପରେ ଆକ୍ରମଣ ଅଭିଯୋଗରେ ଚାମେଲିଙ୍କ ବିରୋଧରେ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଥିଲା ପୋଲିସ । ଜାମିନ ଆବେଦନ ଖାରଜ ହେବାରୁ ତାଙ୍କୁ ବାରିମୂଳ ଜେଲ୍କୁ ପଠାଇ ଦିଆଯାଇଛି । ସୂଚନା ଅନୁଯାୟୀ, ଓଡିଶା ପ୍ରଦେଶ କଂଗ୍ରେସ କମିଟି (ଓପିସିସି) ସଭାପତି ଭକ୍ତ ଦାସ ଆଜି ତାଙ୍କୁ ଭେଟିବାର ଥିଲା । କିନ୍ତୁ ତା ପୂର୍ବରୁ ଆଜି ଡାକ୍ତରଙ୍କ ସହ ପରାମର୍ଶ ପରେ କେନ୍ଦ୍ରାପଡା ମୁଖ୍ୟ ଚିକିତ୍ସାଳୟରୁ ଚାମେଲିଙ୍କୁ ପୋଲିସ ଉଠାଇ ଆଣି କୋର୍ଟ ଚାଲାଣ କରିଥିଲା । ସେପଟେ ଚାମେଲି ଓଝାଙ୍କୁ ଉଚିତ ନ୍ୟାୟ ଦାବିରେ କଂଗ୍ରେସ ପକ୍ଷରୁ ମହାକାଳପଡ଼ା ଥାନା ସମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । Post navigation IAF AN-32 Aircraft crashes during landing at Assam’s Jorhat Airbase IAF confirms Death of 5 Personnel in Jorhat AN-32 Crash