ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଫାଇଲ୍ ଗାଏବ ଘଟଣାକୁ ନେଇ ପୂର୍ବସରକାରଙ୍କୁ ଟାର୍ଗେଟ କରିଛନ୍ତି ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ବିରଞ୍ଚି ତ୍ରିପାଠୀ । ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ହତ୍ୟା ଘଟଣାରେ ନାଇଡୁ କମିଶନଙ୍କ ରିପୋର୍ଟ ଓ ସମ୍ ହସ୍ପିଟାଲ ଅଗ୍ନିକାଣ୍ଡ ରିପୋର୍ଟକୁ ନେଇ ଟାର୍ଗେଟ୍ କରି ବିରଞ୍ଚି ତ୍ରିପାଠୀ କହିଛନ୍ତି ୨୦୦୮ ମସିହାର ବହୁ ଚର୍ଚ୍ଚିତ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ ହତ୍ୟାକାଣ୍ଡ ତଦନ୍ତ ରିପୋର୍ଟ ଗାଏବ କରିବାରେ ତତ୍କାଳୀନ ସରକାରର ଏକ ବଡ଼ ଷଡ଼ଯନ୍ତ୍ର ରହିଛି । ସବୁ ଫାଇଲ୍ ଗୃହ ବିଭାଗକୁ ଗଲା, ମାତ୍ର ଦୁଇଟି ଫାଇଲ୍ ଗଲା ନାହିଁ କାହିଁକି? ସେ ଆଉ ମଧ୍ୟ କହିଛନ୍ତି ୪ ଜୁନ୍ ୨୦୨୪ରେ ବିଜେପି ସରକାର ଆସିବା ପରେ ଫାଇଲ୍ ଖୋଜା ଯାଇଥିଲା । ଏ ନେଇ ସରକାର ତତ୍କାଳୀନ ମୁଖ୍ୟମନ୍ତ୍ରୀ ତଥା ଗୃହ ବିଭାଗ ଦାୟିତ୍ୱରେ ଥିବା ତଥା ବର୍ତ୍ତମାନ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ୨୩ ଅକ୍ଟୋବର ୨୦୨୫ରେ ପ୍ରଥମେ ଚିଠି କରାଯାଇଥିଲା । ମାତ୍ର ସେପଟୁ କୌଣସି ଉତ୍ତର ମିଳିନଥିଲା । ଏହା ପରେ ପୁଣି ଥରେ ଗୃହ ବିଭାଗ ପକ୍ଷରୁ ଚିଠି କରାଯାଇଥିଲା ପରେ ୧୫ ନଭେମ୍ବର ୨୦୨୫ରେ ନବୀନଙ୍କ ପ୍ରାଇଭେଟ୍ ସେକ୍ରେଟାରୀ କହିଥିଲେ ଯେ ଫାଇଲକୁ ଖୋଜା ଯାଉଛି । ସୂଚନା ଅନୁଯାୟୀ; ଗୃହ ବିଭାଗର ଯୁଗ୍ମ ସଚିବ ଶରତ ଚନ୍ଦ୍ର ମାରାଣ୍ଡିଙ୍କ ଅଭିଯୋଗ ଆଧାରରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଦୁଇଟି ତଦନ୍ତ ଫାଇଲ୍ ଚୋରି ହୋଇଛି । ହଜିଥିବା ରିପୋର୍ଟ ହେଉଛି ବିଶ୍ୱ ହିନ୍ଦୁ ପରିଷଦ ନେତା ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ହତ୍ୟା ତଦନ୍ତ ରିପୋର୍ଟ ଏବଂ ୨୦୧୬ ସମ୍ ହସ୍ପିଟାଲ ଅଗ୍ନିକାଣ୍ଡର ଆରଡିସି ତଦନ୍ତ ରିପୋର୍ଟ । କ୍ୟାପିଟାଲ ଥାନା ପକ୍ଷରୁ ଭାରତୀୟ ନ୍ୟାୟ ସଂହିତାର ଧାରା ୩୦୫, ୩୧୬(୨), ୨୩୮(ସି), ୨୪୧, ୬୧(୨)(ବି)ରେ ଏକ ମାମଲା ରୁଜୁ କରାଯାଇଛି। Post navigation Pattamudai Third-Degree Row: ପଟ୍ଟାମୁଣ୍ଡାଇ ଅବକାରୀ ଥାନାରେ ଥାର୍ଡ ଡିଗ୍ରୀ ମାମଲା; SI ଓ ASI ସସ୍ପେଣ୍ଡ Debashish Samantaray elected to Rajya Sabha unopposed