ମଧ୍ୟ ପ୍ରଦେଶରେ କଂଗ୍ରେସ ରାଜ୍ୟସଭା ପ୍ରାର୍ଥୀଙ୍କ ପ୍ରାର୍ଥିପତ୍ର ଖାରଜ। କଂଗ୍ରେସ ପ୍ରାର୍ଥୀ ମୀନାକ୍ଷୀ ନଟରାଜନଙ୍କ ପ୍ରାର୍ଥିପତ୍ର ଖାରଜ କଲେ ରିଟର୍ଣ୍ଣିଂ ଅଫିସର । ସତ୍ୟପାଠରେ ତାଙ୍କ ବିରୋଧରେ ଥିବା ମାମଲାର ତଥ୍ୟ ଦେଇ ନ ଥିବାରୁ କମିଶନ ତାଙ୍କ ଆବେଦନକୁ ଖାରଜ କରିଦେଇଛନ୍ତି । ଏନେଇ ବିଜେପି ପକ୍ଷରୁ ଗୋଟିଏ ଅଭିଯୋଗପତ୍ର ରିଟର୍ଣ୍ଣିଂ ଅଫିସରଙ୍କ ନିକଟରେ ଦାଖଲ କରାଯାଇଥିଲା। ମୀନାକ୍ଷୀ ନଟରାଜନଙ୍କ ପ୍ରାର୍ଥିପତ୍ର ରଦ୍ଦ ହେବା ପରେ ରାଜ୍ୟର ୩ଟି ଯାକ ରାଜ୍ୟସଭା ଆସନରେ ବିଜେପିର ଦାବିଦାରୀ ମଜବୁତ ହୋଇଯାଇଛି।

Leave a Reply

Your email address will not be published. Required fields are marked *