ବାଲିଅନ୍ତା ଅଞ୍ଚଳର ଜିଆରପି କନଷ୍ଟେବଳ ସୌମ୍ୟରଞ୍ଜନ ସ୍ୱାଇଁ ହତ୍ୟା ମାମଲାର ତଦନ୍ତକୁ ତ୍ୱରାନ୍ୱିତ କରିଛି କ୍ରାଇମବ୍ରାଞ୍ଚ । ଏଯାବତ୍ ମାମଲା ସହ ଜଡ଼ିତ ସନ୍ଦେହରେ ଥିବା ୩୦ ଜଣଙ୍କୁ ଜେରା କରାଯାଇସାରିଛି ବୋଲି କ୍ରାଇମବ୍ରାଞ୍ଚ ମୁଖ୍ୟାଳୟ ପକ୍ଷରୁ ସୂଚନା ମିଳିଛି । ତଦନ୍ତକାରୀ ଅଧିକାରୀଙ୍କ ସୂଚନା ଅନୁଯାୟୀ, ମୃତ ସୌମ୍ୟଙ୍କ ସାଙ୍ଗ, ପରିବାର ସଦସ୍ୟ ଏବଂ ଘଟଣା ସମୟରେ ଉପସ୍ଥିତ ଥିବା ବ୍ୟକ୍ତିଙ୍କ ସମେତ ମୋଟ୍ ୩୦ ଜଣଙ୍କୁ ଜେରା କରାଯାଇଛି । ଜେରା ସମୟରେ ସେମାନଙ୍କର ଅଡିଓ ଓ ଭିଜୁଆଲ୍ ବୟାନ ରେକର୍ଡ କରାଯାଇଛି । କ୍ରାଇମବ୍ରାଞ୍ଚ କହିଛି ଯେ ତଦନ୍ତର ଗତିକୁ ଆଗେଇ ନେବା ପାଇଁ ଆଜି ମଧ୍ୟ ଏକାଧିକ ଲୋକଙ୍କୁ ଡାକି ଜେରା କରାଯିବ । ମୃତ୍ୟୁର କାରଣ ଓ ଘଟଣାର ପ୍ରକୃତ ତଥ୍ୟ ପାଇବା ପାଇଁ ସମସ୍ତ ଦିଗକୁ ଯାଞ୍ଚ କରାଯାଉଛି । Post navigation Bhubaneswar Sizzles as Heat Index Hits 47°C, Morning Humidity at 87% Monsoon to reach Odisha in 6-8 Days: IMD