Vigilance Conducts Simultaneous Raids at 9 Locations Linked to ITDA Baliguda AEE Baikuathanath Behera
ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଇଟିଡିଏ କନ୍ଧମାଳ, ବାଲିଗୁଡ଼ାର ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ବୈକୁଣ୍ଠନାଥ ବେହେରାଙ୍କ ଉପରେ ଭିଜିଲାନ୍ସ ଟିମ୍ ଆଜି ଏକାଳୀନ ଚଢ଼ାଉ କରିଛି ।
 
ଭୁବନେଶ୍ୱରର ସ୍ୱତନ୍ତ୍ର ବିଚାରପତି, ଭିଜିଲାନ୍ସ ଦ୍ୱାରା ଜାରି ହୋଇଥିବା ସର୍ଚ୍ଚ ୱାରେଣ୍ଟ ଅନୁଯାୟୀ ଦୁଇ ଜଣ ଅତିରିକ୍ତ ଏସ୍ପି, ପାଞ୍ଚ ଜଣ ଡିଏସ୍ପି, ଛଅ ଜଣ ଇନ୍ସପେକ୍ଟର ଏବଂ ଅନ୍ୟାନ୍ୟ ସହାୟକ କର୍ମଚାରୀଙ୍କ ନେତୃତ୍ୱରେ ଟିମ୍ ଏହି ରେଡ୍ କରୁଛନ୍ତି ।
 
ମୋଟ୍ ୯ଟି ସ୍ଥାନରେ ଏହି ରେଡ୍ ଜାରି ରହିଛି । ଭିଜିଲାନ୍ସ ସୂଚନା ଅନୁଯାୟୀ, ବେହେରାଙ୍କ ଭୁବନେଶ୍ବରସ୍ଥିତ ୪ଟି ଘର ସମେତ ମୋଟ୍ ୯ଟି ସ୍ଥାନରେ ଚଢ଼ାଉ ଚାଲିଛି ।
 
ଯାଜପୁର ଧର୍ମଶାଳାରେ ପୈତୃକ ଜମିରେ ଥିବା ଏକ ଦୁଇ ମହଲା କୋଠା, ବାରିପଦା ସହରରେ ଥିବା ଦୁଇ ସମ୍ପର୍କୀୟଙ୍କ ଘର ଏବଂ ବାଲିଗୁଡ଼ାରେ ଆଇଟିଡିଏ କାର୍ଯ୍ୟାଳୟ ନିକଟରେ ଥିବା ତାଙ୍କ ସରକାରୀ ବାସଭବନରେ ମଧ୍ୟ ଚଢ଼ାଉ ଚାଲିଛି ।

By Nirvay

Leave a Reply

Your email address will not be published. Required fields are marked *