ରାଜ୍ୟରେ ଅସହ୍ୟ ତାତିକୁ ଗୁଳୁଗୁଳିରେ ଅସ୍ତବ୍ୟସ୍ତ ଜନ ଜୀବନ । ଆଜି ରାଜଧାନୀ ଭୁବନେଶ୍ୱରରେ ତାପମାତ୍ରା ଦିନ ୨ଟା ୩୦ ସୁଦ୍ଧା ୪୧ ଡିଗ୍ରୀ ସେଲସିୟସ୍‌ ଛୁଇଁଥିବା ବେଳେ ଆର୍ଦ୍ରତା ୩୮ ପ୍ରତିଶତ ରହିଥିଲା। ଯାହାର ୫୦ ଡିଗ୍ରୀ ପରି ଅନୁଭୂତ ହେଉଥିଲା ଭୁବନେଶ୍ବର ଗରମ ।

ଏହାରି ମଧ୍ୟରେ ରାଜ୍ୟରେ ବଢୁଥିବା ତାତି ଯୋଗୁ ଡିହାଇଡ୍ରେସନ୍‌ ଓ ହିଟ୍‌-ଷ୍ଟ୍ରୋକ୍‌ ଭୟ ବଢ଼ିଥିବାରୁ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ପ୍ରଚୁର ପାଣି ପିଇବା ସହ ଦିନ ୧୨ଟାରୁ ୪ଟା ମଧ୍ୟରେ ବାହାରକୁ ନଯିବାକୁ ପରାମର୍ଶ ଦେଇଛନ୍ତି।

ଅନ୍ୟପଟେ ସୁନ୍ଦରଗଡ଼, ସମ୍ବଲପୁର ଓ ବଲାଙ୍ଗିରରେ ଉଷ୍ମ ରାତିର ସ୍ଥିତି ଜାରି ରହିବାକୁ ଥିବା ବେଳେ ଉପକୂଳ ଓ ପଶ୍ଚିମ ଓଡ଼ିଶାରେ ଆଗାମୀ କିଛି ଦିନ ଯାଏଁ ଗରମ ଓ ଗୁଳୁଗୁଳି ଲୋକଙ୍କୁ କଲବଲ କରିବ ବୋଲି IMD ସୂଚନା ଦେଇଛି।

Leave a Reply

Your email address will not be published. Required fields are marked *