ଅପପୁଷ୍ଟି ମୁକ୍ତ ଓଡ଼ିଶା ଗଠନ ଦିଗରେ ରାଜ୍ୟ ସରକାର ବଡ଼ ପଦକ୍ଷେପ। ରାଜ୍ୟର ପ୍ରାୟ ୩୫ ହଜାର ସିଭିଅର ଅଣ୍ଡରୱେଟ୍ ଶିଶୁଙ୍କ ପୋଷଣ ସୁନିଶ୍ଚିତ କରିବା ପାଇଁ ଜଳଖିଆ ବାବଦରେ ଦିଆଯାଉଥିବା ଖର୍ଚ୍ଚକୁ ୮ ଟଙ୍କାରୁ ବଢ଼ାଇ ୧୨ ଟଙ୍କା କରାଯାଇଛି । ଏ ନେଇ ଆଜି ଘୋଷଣା କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ । ଉପମୁଖ୍ୟମନ୍ତ୍ରୀ କହିଛନ୍ତି ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ୍ଣ ପୃଷ୍ଟି ଯୋଜନାର ୬ ଟଙ୍କାକୁ ମିଶାଇ ୧୮ ଟଙ୍କା ଦିଆଯିବ । ଶିଶୁର ପ୍ରଥମ ୧୦୦୦ ଦିନ ପୋଷଣ ଆଧାରିତ ଡିଜିଟାଲ ବୁକଲେଟ୍ ଉନ୍ମୋଚନ କରାଯାଇଛି । ଏହା ଓଡିଶାକୁ ୨୦୩୬ ସୁଦ୍ଧା ପୋଷଣ ମୁକ୍ତ କରିବାରେ ସହାୟକ ହେବ । Post navigation Malaysia Bans Social Media For Children: ମାଲେସିଆରେ ଛୋଟ ପିଲାମାନଙ୍କ ପାଇଁ ବ୍ୟାନ୍ ହେଲା ସୋସିଆଲ ମିଡିଆ CBSE Chairman, Secretary transferred; inquiry committee to probe procurement of OSM services