NEET ପେପର୍ ଲିକ୍ ଘଟଣାକୁ ନେଇ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଟାର୍ଗେଟ କଲା ବିଜେଡି । ଶିକ୍ଷା ମନ୍ତ୍ରୀଙ୍କ ପରିବାର ସହିତ ବିକାଶ ଫାଉଣ୍ଡେସନ ଟ୍ରଷ୍ଟ ଜଡିତ ଥିବା ଅଭିଯୋଗ ଉପରେ ପ୍ରଶ୍ନ ଉଠାଇଛି ବିଜେଡି। ଆଜି ସାମ୍ବାଦିକ ସମ୍ମିଳନୀରେ ବିଜେଡି ସୋସିଆଲ ମିଡିଆରେ ଘୁରିବୁଲୁଥିବା ଆଲୋଚନାକୁ ଉଲ୍ଲେଖ କରି ଅଭିଯୋଗ କରିଛନ୍ତି ଯେ ଧର୍ମେନ୍ଦ୍ର ପ୍ରଧାନଙ୍କ ପତ୍ନୀ ମୃଦୁଳା ପ୍ରଧାନ ବିକାଶ ଫାଉଣ୍ଡେସନ ଟ୍ରଷ୍ଟର ଅଧ୍ୟକ୍ଷ। ଦଳ ଆହୁରି ଅଭିଯୋଗ କରିଛି ଯେ ଟ୍ରଷ୍ଟ ସହିତ ଜଡିତ ପାଣ୍ଠି ବ୍ୟବହାର କରି ଆମେରିକାରେ ଏକ ଆବାସିକ ସମ୍ପତ୍ତି କିଣାଯାଇଛି। ଏହା ସହ ପ୍ରଧାନଙ୍କ ଝିଅ ଆମେରିକାରେ ଆଇନ ଅଧ୍ୟୟନ କରୁଥିବା ସମୟରେ ସେହି ସମ୍ପତ୍ତିରେ ରହିଥିଲେ। ତାଙ୍କର ସ୍ଥାନୀୟ ଅଭିଭାବକ ଜଣେ ରାଧାରମଣ ଥିଲେ, ଯିଏ ଏଡୁ ଟେକ୍ ନାମକ ଏକ ସଂଗଠନ ସହିତ ଜଡିତ ବୋଲି ଅଭିଯୋଗ ହୋଇଛି। ପରୀକ୍ଷା ସମ୍ବନ୍ଧୀୟ ବିବାଦକୁ ନେଇ ଚାଲିଥିବା ଯାଞ୍ଚକୁ ଦୃଷ୍ଟିରେ ରଖି, ଏହି ପ୍ରସଙ୍ଗଗୁଡ଼ିକୁ ସାର୍ବଜନୀନ ଭାବରେ ସ୍ପଷ୍ଟ କରାଯିବା ଉଚିତ ବୋଲି କହିଛି ବିଜେଡି। ଧର୍ମେନ୍ଦ୍ର ପ୍ରଧାନ ଏନେଇ ସ୍ପଷ୍ଟୀକରଣ ଦିଅନୁ ବୋଲି ଦଳ ପକ୍ଷରୁ ଦାବି କରାଯାଇଛି । ବିକାଶ ଫାଉଣ୍ଡେସନ ଟ୍ରଷ୍ଟର ମାଲିକାନା ମୃଦୁଳାଙ୍କର ହାତରେ ଅଛି ନା ନାହିଁ , ସେ ଟ୍ରଷ୍ଟର ସମ୍ପତ୍ତି ଆମେରିକାରେ ଅଛି ନା ନାହିଁ , ତାଙ୍କ ଝିଅ ସେଠି ପାଠ ପଢୁଥିଲେ ନା ନାହିଁ ଏନେଇ ଦଳ ପକ୍ଷରୁ ଦାବି କରାଯାଇଛି । Post navigation Bus Fare Hike: ପୁଣି ବଢିଲା ବସ୍ ଭଡ଼ା Former Additional Tehsildar gets 3-Year Jail in Bribery Case