କବିସୂର୍ଯ୍ୟନଗର ଥାନାରେଥାର୍ଡ ଡିଗ୍ରୀ ମାମଲାରେ ହେଲା ବଡ଼ ଆକ୍ସନ୍। ଓଡ଼ିଶା ସରକାର ଗଞ୍ଜାମ ଜିଲ୍ଲାର କବିସୂର୍ଯ୍ୟନଗର ପୋଲିସ ଷ୍ଟେସନର ଦାୟିତ୍ୱରେ ଥିବା ତାଲିମପ୍ରାପ୍ତ ଆଇପିଏସ୍ ଅଧିକାରୀ ନିତେଶ କୁମାର ମିଶ୍ରଙ୍କୁ ଗଞ୍ଜାମ ପୋଲିସ୍ ମୁଖ୍ୟାଳୟକୁ ବଦଳି କରାଯାଇଛି । ଏହା ସହ ୩ ପୋଲିସ୍ ଅଧିକାରୀ ନିଲମ୍ବିତ । SI ସମୀର କୁମାର ରାଉତ, ବାଲିଚାଇ ଫାଣ୍ଡି ASI ବୈକୁଣ୍ଠ ଜେନା ଓ କନେଷ୍ଟବଲ ସୁମନ କୁମାର ସାହୁ ସସ୍‌ପେଣ୍ଡ୍‌ କରାଯାଇଛି । ଏହା ସହ ଡ୍ରାଇଭର କୃଷ୍ଣ ଚନ୍ଦ୍ର ପ୍ରଧାନଙ୍କୁ ଦାୟିତ୍ୱ ମୁକ୍ତ କରାଯାଇଛି ।

ନିରପେକ୍ଷ ତଦନ୍ତ ସୁନିଶ୍ଚିତ କରିବା ପାଇଁ ଅର୍ଥ ବିଭାଗ ଗଞ୍ଜାମ ପୋଲିସ ଅଧିକ୍ଷକଙ୍କୁ ଉପଯୁକ୍ତ ବିକଳ୍ପ ନିଯୁକ୍ତି ଏବଂ ସମସ୍ତ କର୍ମଚାରୀଙ୍କୁ ଥାନାରୁ ସ୍ଥାନାନ୍ତର କରିବାକୁ ନିର୍ଦ୍ଦେଶ ଦେଇଛି।

Leave a Reply

Your email address will not be published. Required fields are marked *