ୱାଶିଂଟନରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବଲ୍ ରୁମ୍ ପାର୍ଟି ଉପରକୁ ବନ୍ଧୁକଧାରୀର ଆକ୍ରମଣ ସାରା ବିଶ୍ବରେ ଚହଳ ପକାଇ ଦେଇଛି। ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠିଛି । ଥରେ ଭାବିନିଅନ୍ତୁ ଯେ, ଶ୍ରୀମନ୍ଦିରରେ ଯଦି ଏମିତି କିଛି ଅଘଟଣ ଘଟେ ତେବେ କାହାକୁ ଦୋଷ ଦେବା ? ବିଚାରବ୍ୟବସ୍ଥା ସହ ଜଣେ ଅଧିକାରୀଙ୍କ ସୂଚନା ଆମ ସମସ୍ତଙ୍କୁ ବିଚଳିତ କରିବ। ଶ୍ରୀମନ୍ଦିରର ସୁରକ୍ଷା ବ୍ୟବସ୍ଥା ଢିଲା । ସେ ଯାହା କହିଛନ୍ତି, ତାହା କୌଣସି ଏକ ବିପର୍ଯ୍ୟୟ ଆଡ଼କୁ ଇଙ୍ଗିତ କରୁଛି। ଶ୍ରୀମନ୍ଦିର କେବଳ ଗୋଟିଏ ମନ୍ଦିର ନୁହେଁ । ଏହା ଗୋଟିଏ ଜାତିର ଆରାଧ୍ୟ ଦେବତାଙ୍କ ମନ୍ଦିର । ଅଧିକାରୀ ଜଣଙ୍କ ଯାହା କହିଛନ୍ତି ତାହା କେବଳ ଲୋମଟାଙ୍କୁରା ନୁହେଁ, ଏକ ବଡ଼ ବିପଦ ପାଇଁ ସମସ୍ତଙ୍କୁ ସତର୍କ କରିଦେଉଛି। ଅଧିକାରୀ ଜଣଙ୍କ ଦେଖିଛନ୍ତି ଯେ, ବାଲେଶ୍ବର, ଭଦ୍ରକ ଏବଂ ଯାଜପୁରର ଏକ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟର କିଛି ଯୁବକ ନିୟମିତ ଭାବେ ପୁରୀ ଶ୍ରୀମନ୍ଦିର ଭିତରକୁ ଯାଉଛନ୍ତି । ସେମାନଙ୍କ ଭିତରୁ ବାଲେଶ୍ବରର କେତେଜଣଙ୍କୁ ସେ ଜାଣିଛନ୍ତି । ସେମାନଙ୍କୁ ଶ୍ରୀମନ୍ଦିରରେ ଦେଖିବା ପରେ ସେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ସେମାନଙ୍କ ହାତରେ ବରଡା ଡାଲାରେ ଖଜା। ଦେଖିଲେ ସେମାନେ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟର ବୋଲି ସହଜରେ ଜାଣି ହେବ ନାହିଁ । କିନ୍ତୁ ସେମାନେ ସଂଘବଦ୍ଧ ଭାବେ ଯାଉଛନ୍ତି। ଏହି ଖଜା ଭିତରେ ମୋବାଇଲ ନେଉଛନ୍ତି ବୋଲି ତାଙ୍କ ପାଖରେ ମାନିଛନ୍ତି । ସିଂହଦ୍ଵାର ଦେଇ ଯାଉଥିବା ଏହି ଯୁବକମାନଙ୍କୁ ଯାଞ୍ଚ ବି କରାଯାଉନି । ଭିତରେ ସେମାନେ କ’ଣ କରୁଛନ୍ତି ତାହା ଅବଶ୍ୟ ଜାଣିପାରିନାହାଁନ୍ତି ଏହି ଭଦ୍ରବ୍ୟକ୍ତି । ଗତ କେତେମାସ ହେଲା ସୁରକ୍ଷା ବ୍ୟବସ୍ଥାରେ ବ୍ୟାପକ ତ୍ରୁଟି ପରିଲକ୍ଷିତ ହେଉଛି। ଭିତରୁ ଫଟୋ ଉଠି ସୋସିଆଲ ମିଡ଼ିଆରେ ଭାଇରାଲ କରାଯାଉଛି। ବାଲେଶ୍ୱର, ଭଦ୍ରକ ଓ ଯାଜପୁରର ଏହି ଭିନ୍ନ ଗୋଷ୍ଠୀର ପିଲାମାନେ ନିୟମିତ କାହିଁକି ଯିବେ ଶ୍ରୀମନ୍ଦିର ? ଶ୍ରୀମନ୍ଦିର ଅଣହିନ୍ଦୁଙ୍କ ପ୍ରବେଶ ପାଇଁ ବାରଣ। ଏମାନେ ଯିବା ଅର୍ଥ କିଛି ଭୟଙ୍କର ଉଦ୍ଦେଶ୍ୟ ଥାଇପାରେ । ଓଡ଼ିଶା ଏବେ ଆତଙ୍କୀଙ୍କ ନୂଆ ଠିକଣା ହେବାକୁ ବସିଲାଣି। ନିକଟରେ ରାଜଧାନୀ ଭୁବନେଶ୍ବରରୁ ଇମ୍ରାନ ନାମକ ଜଣେ ଆତଙ୍କୀଙ୍କୁ ଦିଲ୍ଲୀ ପୁଲିସ ଗିରଫ କରିଛି । ଓଡ଼ିଶା ପୁଲିସ କିଛି ଟେର ବି ପାଇନଥିଲା। ଆତଙ୍କବାଦୀଙ୍କ ଟାର୍ଗେଟରେ ଥାଇପାରେ ଶ୍ରୀମନ୍ଦିର ଓ ଥାଇପାରନ୍ତି ମହାପ୍ରଭୁ ଶ୍ରୀ ଜଗନ୍ନାଥ । ପ୍ରଶ୍ନ ଉଠିପାରେ ଏହି ଅଧିକାରୀ ଜଣଙ୍କ ଏସମ୍ପର୍କରେ କାହିଁ କି ପ୍ରଶାସନକୁ ସୂଚିତ କରିନାହାଁନ୍ତି ? ଏହାର ଜବାବରେ ସେ କହିଛନ୍ତି ଯେ, ଏମାନଙ୍କ ଭିତରୁ କିଛି ଯୁବକଙ୍କୁ ବ୍ୟକ୍ତିଗତ ଭାବେ ଜାଣିଥିବାରୁ ଆଗକୁ ତାଙ୍କ ଉପରେ ବଡ଼ ବିପଦର ଆଶଙ୍କା ଅଛି । ଏହି କାରଣରୁ ‘ନିର୍ଭୟ’ ମାର୍ଫିତରେ ରାଜ୍ୟ ସରକାର ଏବଂ ଶ୍ରୀମନ୍ଦିର ପ୍ରଶାସନକୁ ଜଣାଇ ଦେବାକୁ ସେ ଉଚିତ ମନେକରିଛନ୍ତି । ଯଦି ଏହାକୁ ସତ୍ୟ ବୋଲି ଧରିନିଆଯାଏ, ଶ୍ରୀମନ୍ଦିରର ସୁରକ୍ଷା ବ୍ୟବସ୍ଥା ଯାହା ଆଗକୁ ଯଦି କିଛି ଅଘଟଣ ଘଟେ ତେବେ କାହାକୁ ଦୋଷ ଦିଆଯିବ ? ଆଶା କରୁଛୁ ଶ୍ରୀମନ୍ଦିର ପ୍ରଶାସନ ଏବଂ ରାଜ୍ୟ ସରକାର ଏଦିଗରେ ଅତ୍ୟନ୍ତ ସତର୍କ ହେବେ ଓ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବେ । Post navigation Women Reservation Bill: ମହିଳା ସଂରକ୍ଷଣ ବିଲକୁ ନେଇ ବିଜେପି ନାଟକ କରୁଛି: ବିଜେଡି Minors Rescued in Malkangiri: ସମର କୋର୍ସ ଓ ସୁଟିଂ ନାଁରେ ଶିଶୁ ଚାଲାଣ, ଉଦ୍ଧାର ହେଲେ ୧୫ ଶିଶୁ