ରାଜ୍ୟର ଖଣିଜ ସମ୍ପଦ ଓ ଶିଳ୍ପାଞ୍ଚଳରେ ଶିଳ୍ପ ସଂସ୍ଥାମାନଙ୍କ ଦ୍ୱାରା ହେଉଥିବା ଅନ୍ୟାୟ ଓ ଶୋଷଣ ବିରୋଧରେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି (OPCC) ଏକ ବିଶାଳ ପଦଯାତ୍ରା ଘୋଷଣା କରିଛି । ଆସନ୍ତା ମେ ୩ ତାରିଖରୁ ଏହି ପଦଯାତ୍ରା ଆରମ୍ଭ ହେବ । ଆଜି କଂଗ୍ରେସ ଭବନଠାରେ ପିସିସି ସଭପତି ଭକ୍ତ ଚରଣ ଦାସ ଜଗତସିଂହପୁର ରେ ତଥା ରାଜ୍ୟର ଅନେକ ସ୍ଥାନରେ ଶିଳ୍ପ ସଂସ୍ଥା ମାନଙ୍କ ଦ୍ୱାରା ନିରୀହ ଜନ ସାଧାରଣ ମାନଙ୍କ ଉପରେ ହେଉଥିବା ଅନ୍ୟାୟ ଅତ୍ୟାଚାର ଓ ଏଥିପ୍ରତି ସରକାରଙ୍କ ଆଶ୍ଚର୍ଯ୍ୟଜନକ ଉଦାସିନତାକୁ ନେଇ କଠୋର ସମାଲୋଚନା କରିଥିଲେ । ଉପସ୍ଥିତ ଗଣମାଧ୍ୟମଙ୍କୁ ନିଜ ବିବୃତି ଦେଇ କହିଥିଲେ ଯେ ବର୍ତମାନ ସରକାରଙ୍କ ମନମୁଖୀ ଶିଳ୍ପନୀତି ପାଇଁ ବିଭିନ୍ନ ଶିଳ୍ପସଂସ୍ଥା ଆଜି ଓଡିଶାର ବିଭିନ୍ନସ୍ଥାନରେ ଥିବା ଖଣିଖାଦାନ ଉପରେ ଲୋଲୁପଦୃଷ୍ଟି ଦେଇ ଲୁଟିବା ଆରମ୍ଭ କରିଦେଇଛନ୍ତି । ଲୋକେ ଯେଉଁଠାରେ ଶହ ଶହ ବର୍ଷରୁ ଉର୍ଦ୍ଦ ସମୟ ଧରି ବସବାସ କରିଆସୁଛନ୍ତି , ସେମାନଙ୍କୁ ସରକାର ଜମିପଟ୍ଟା ଦେବା ପରିବର୍ତେ ଶିଳ୍ପସଂସ୍ଥା ମାନଙ୍କ ପାଇଁ ବିସ୍ତାପତି କରିବାରେ ଲାଗିପଡିଛି । କଂଗ୍ରେସ ଦଳ ବିରତ ଦିନମାନଙ୍କରେ ମଧ୍ୟ ଶିଳ୍ପପାଇଁ ବାସହରା ହୋଇଥିବା ଲୋକଙ୍କ ପାଇଁ ଆନ୍ଦୋଳନ ଓ ପଦଯାତ୍ରା ମଧ୍ୟ କରିଛି । କଳିଙ୍ଗନଗର, ଛେଣ୍ଡିପଦା, ତାଲଚେର, ମୟୁରଭଞ୍ଜ, ରାଇରଂଗପୁର ଭଳି ଅନେକ ସ୍ଥାନରେ ଏହି ସମତ୍ସା ଦେଖାଦେଇଛି । ରାଜ୍ୟରେ ୩୪ଟି କୋଇଲାଖଣିରୁ ଖନନ ପାଇଁ ସରକାର ମଞ୍ଜୁରୀ ପ୍ରଦାନ କରିଥିବା ବେଳେ ସେଥିରୁ ପ୍ରାୟ ୪ଟିରେ କାମ ଆରମ୍ଭ ହୋଇଥିଲେ ସୁଦ୍ଧା ଏହି ଅଚଂଳରେ ଏହି ବିସ୍ଥାପନ ସମସ୍ୟା ଦେଖାଯାଇଛି ସରକାର ତତ୍ପରତା ପ୍ରକାଶ କରି ବିସ୍ଥାପିତ ମାନଙ୍କ ଯେଉଁଭଳି ଭାବରେ ସାହାର୍ଯ୍ୟ କରିବାକଥା ତାହା କଲେ ନାହିଁ । ତେଣୁ କଂଗ୍ରେସ ଦଳ ତରଫରୁ ଏହାର ପ୍ରତିବାଦରେ କଂଗ୍ରେସ ୨୬ ଏପ୍ରିଲରେ ଜଗତସିଂହପୁର ଜିଲ୍ଲାର ଢିଙ୍କିଆରୁ ଏକ ଆଠ ଦିନିଆ ମହା ପଦଯାତ୍ରା ଆରମ୍ଭ କରିବ। ଏହି ପଦଯାତ୍ରା ପୋସ୍କୋ ପ୍ରଭାବିତ ଅଞ୍ଚଳ ଦେଇ ଗତି କରିବ ଏବଂ ମେ ୩ ତାରିଖରେ ଲୋୟର ପିଏମଜିରେ ଏକ ବିଶାଳ ସମାବେଶ ସହିତ ଭୁବନେଶ୍ୱରରେ ଶେଷ ହେବ । ଏହି କାର୍ଯ୍ୟର୍କମ ରେ କଂଗ୍ରେସ ଦଳର ନେତୃବୃନ୍ଦ ସମସ୍ତ ଜିଲ୍ଲାରୁ ଓ ଅନେକ ପ୍ରଦେଶ କଂଗ୍ରେସ ର ନେତୃବୃନ୍ଦ ସାମିଲ ହେବାର କାର୍ଯ୍ୟକ୍ରମ ରହିଛି । ଏଥିମଧ୍ୟରୁ ଏକ ଦଳ ରାଜ୍ୟପାଳ ଭବନ ଯାଇ ମହାମହିମ ରାଜ୍ୟପାଳ ଙ୍କୁ ଭେଟି ଏକ ସ୍ମାରକପତ୍ର ମଧ୍ୟ ଦେବାର କାର୍ଯ୍ୟକ୍ରମ ରହିଛି । Post navigation AAP MPs Join BJP: ଦିଲ୍ଲୀ ବିଜେପି ମୁଖ୍ୟାଳୟରେ ଆପ୍ ଛାଡ଼ିଥିବା ୩ ସାଂସଦ Odisha to Hold Special Assembly Session: ଆସନ୍ତା ୩୦ ତାରିଖରେ ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ