ବରିଷ୍ଠ ରାଜନୈତିକ ନେତା ପ୍ରଭାତ ବିଶ୍ୱାଳ ଗୁରୁବାର ତାଙ୍କ ବିରୋଧରେ ବିଚାରାଧୀନ ବହୁ ଚର୍ଚ୍ଚିତ ସିସୋର୍ ଚିଟଫଣ୍ଡ ଠକେଇ ମାମଲାକୁ ରଦ୍ଦ କରିବା ପାଇଁ ଓଡ଼ିଶା ହାଇକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି।

ପ୍ରଭାତ ବିଶ୍ୱାଳ ତାଙ୍କ ଆବେଦନରେ ଯୁକ୍ତି ଦର୍ଶାଇଛନ୍ତି ଯେ ହାଇକୋର୍ଟ ପୂର୍ବରୁ ଏକ ବର୍ଷ ମଧ୍ୟରେ ମାମଲା ଶେଷ କରିବାକୁ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ, ଦୁଇ ବର୍ଷରୁ ଅଧିକ ସମୟ ପରେ ମଧ୍ୟ ନିମ୍ନ ଅଦାଲତରେ କାର୍ଯ୍ୟ ଅସମ୍ପୂର୍ଣ୍ଣ ରହିଛି। ଏହା ପ୍ରମାଣିତ କରୁଛି ଯେ, ତାଙ୍କ ବିରୁଦ୍ଧରେ ସେଭଳି ଠୋସ୍ ପ୍ରମାଣ ନାହିଁ ବା ତଦନ୍ତକାରୀ ସଂସ୍ଥା ଅଭିଯୋଗକୁ ପ୍ରମାଣିତ କରିବାରେ ଅସମର୍ଥ । ତେଣୁ ମାମଲାକୁ ରଦ୍ଦ କରିବା ଲାଗି ହାଇକୋର୍ଟରେ ସାନି ଆବେଦନ କରିଛନ୍ତି ପ୍ରଭାତ ବିଶ୍ୱାଳ । ମାମଲା ଦୀର୍ଘ ସମୟ ଧରି ପଡ଼ି ରହିଥିବା ଏବଂ ନ୍ୟାୟିକ ସମୟସୀମା ପାଳନ ନକରିବା କାରଣରୁ ମାମଲାକୁ ଖାରଜ କରିବାକୁ କୋର୍ଟଙ୍କୁ ଅନୁରୋଧ କରିଛନ୍ତି।

ଆବେଦନର ବିଚାର କରି, ହାଇକୋର୍ଟ ସିବିଆଇକୁ ଏକ ନୋଟିସ୍ ଜାରି କରିଛନ୍ତି, ଯାହା ଏଜେନ୍ସିକୁ ଏହାର ଜବାବ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛି। ସିବିଆଇ ଏହାର ଉତ୍ତର ଦାଖଲ କରିବା ପରେ ଏହି ମାମଲାକୁ ପରବର୍ତ୍ତୀ ଶୁଣାଣି ପାଇଁ ନିଆଯିବ ବୋଲି ଆଶା କରାଯାଉଛି। ଆସନ୍ତା ମାସ ୨୩ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବାକୁ ଦିନ ଧାର୍ଯ୍ୟ ହୋଇଛି ।

ସିସୋର୍ ଚିଟଫଣ୍ଟ ରାଜ୍ୟରେ ୫୦୦ କୋଟିର ଦୁର୍ନୀତି କରିଥିବା ଜଣାପଡ଼ିଥିଲା । ସି-ସୋର ଚିଟ୍‌ପଣ୍ଡ କେଳେଙ୍କାରୀର ପ୍ରଶାନ୍ତ ଦାସ ମୁଖ୍ୟ ଅଭିଯୁକ୍ତ ଥିଲେ । ପୂର୍ବରୁ ଏହି ମାମଲାରେ ପ୍ରଭାତ ବିଶ୍ୱାଳ ଗିରଫ ହୋଇଥିଲେ ।

Leave a Reply

Your email address will not be published. Required fields are marked *