୬ ମାସ ଭିତରେ କାର୍ଯ୍ୟକାରୀ ହେବ ଓଡ଼ିଶା ସିଟି ଗ୍ୟାସ୍ ବିତରଣ ନୀତି । ଏ ନେଇଁ ସୂଚନା ଦେଇଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ସେ କହିଛନ୍ତି କାଲି କ୍ୟାବିନେଟ ମଞ୍ଜୁରୀ ପରେ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଲକ୍ଷ୍ୟ ରଖିଛୁ ୬ ମାସ ଭିତରେ ସିଟି ଗ୍ୟାସ୍ ବିତରଣ ନୀତି କାର୍ଯ୍ୟକାରୀ ହେବ ।ସହରରେ PNG, CNG ବ୍ୟବସ୍ଥା ହେବ। ଏହା ସହ CNG ଗାଡ଼ିକୁ ପ୍ରୋତ୍ସାହନ ମିଳିବ । ସୂଚନା ଯୋଗ୍ୟ; ସହରାଞ୍ଚଳରେ ଗ୍ୟାସ୍ ବିତରଣ ବ୍ୟବସ୍ଥାକୁ ଆହୁରି ସୁବିଧାଜନକ ଓ ତ୍ବରାନ୍ବିତ କରିବା ପାଇଁ ରାଜ୍ୟ ସରକାର ନୂତନ ସିଟି ଗ୍ୟାସ୍ ବିତରଣ ନୀତିକୁ ଅନୁମୋଦନ କରିଛନ୍ତି। ଏହି ନୀତି ମାଧ୍ୟମରେ ପାଇପ୍ଡ୍ ନାଚୁରାଲ୍ ଗ୍ୟାସ୍ (PNG) ଏବଂ କମ୍ପ୍ରେସ୍ଡ ନାଚୁରାଲ୍ ଗ୍ୟାସ୍ (CNG) ଭିତ୍ତିଭୂମିର ବିସ୍ତାରକୁ ଗତି ମିଳିବ ବୋଲି ଆଶା କରାଯାଉଛି। ସରକାରଙ୍କ ମତାନୁସାରେ, ଏହା ଦ୍ୱାରା ସ୍ୱଚ୍ଛ ଜାଳେଣି ବ୍ୟବହାରକୁ ପ୍ରୋତ୍ସାହନ ମିଳିବ ଏବଂ ନିରାପଦ ଓ ନିରନ୍ତର ଗ୍ୟାସ୍ ଯୋଗାଣ ସୁନିଶ୍ଚିତ ହେବ। ଗୃହ ଓ ନଗର ଉନ୍ନୟନ ବିଭାଗକୁ ଏହି ପ୍ରକଳ୍ପର ନୋଡାଲ୍ ଏଜେନ୍ସି ଭାବେ ନିୟୁକ୍ତ କରାଯାଇଛି। ସହିତ ରାଜ୍ୟ ଓ ଜିଲ୍ଲା ସ୍ତରରେ ତଦାରଖ କମିଟି ଗଠନ କରାଯିବ। ଯାହା ଜାତୀୟ ସ୍ତରର ସ୍ବଚ୍ଛ ଇନ୍ଧନ ଅଭିଯାନ ସହ ସାମଞ୍ଜସ୍ୟ ରକ୍ଷା କରିବ । ପୂର୍ବରୁ ବିଭିନ୍ନ ସଂସ୍ଥା ଠାରୁ ଅନୁମତି ପାଇବାରେ ହେଉଥିବା ବିଳମ୍ବ ଓ ଏକ ସମନ୍ବିତ ନୀତିର ଅଭାବ ଯୋଗୁଁ ପ୍ରକଳ୍ପ କାର୍ଯ୍ୟକାରୀ କରିବାରେ ବାଧା ସୃଷ୍ଟି ହେଉଥିଲା । ଏହି ନୂତନ ନୀତି ପ୍ରକ୍ରିୟାକୁ ସରଳୀକୃତ କରିବା ସହ ପ୍ରକଳ୍ପ ଗୁଡ଼ିକର ଶୀଘ୍ର ସମାପ୍ତିକୁ ନିଶ୍ଚିତ କରିବ । Post navigation Ragging Allegation At VSSUT: ଭିସୁଟ୍ରେ ପୁଣି ରାଗିଂ ଅଭିଯୋଗ, ୪ ଛାତ୍ର ଦୋଷୀ CBSE Board Exam 2026: ମେ ୧୫ରୁ CBSE ଦ୍ବିତୀୟ ବୋର୍ଡ ପରୀକ୍ଷା