ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ମାଧ୍ୟମରେ ରାଜ୍ୟର ୨୭ଟି ସ୍ଥାନରେ ଆଜି ସାମୁହିକ ବିବାହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଶହ ଶହ ଯୁବକ-ଯୁବତୀ ବିବାହ ବନ୍ଧନରେ ବାନ୍ଧି ହୋଇ ନୂଆ ଜୀବନ ଆରମ୍ଭ କରିଛନ୍ତି । ଗରିବ ଓ ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ପରିବାରର ଝିଅମାନଙ୍କ ବିବାହକୁ ସୁଗମ କରିବା ଏବଂ ବାଲ୍ୟ ବିବାହ ଓ ଯୌତୁକ ଭଳି କୁପ୍ରଥାକୁ ରୋକିବା ଲକ୍ଷ୍ୟରେ ରାଜ୍ୟ ସରକାର ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ଆରମ୍ଭ କରିଛନ୍ତି । ଯୋଜନା ଅଧୀନରେ ପ୍ରତ୍ୟେକ କନ୍ୟାଙ୍କୁ ୪୫,୦୦୦ ଟଙ୍କା ସହାୟତା ରାଶି ଚେକ୍ ଓ ବିବାହ ପଞ୍ଜୀକରଣ ସାର୍ଟିଫିକେଟ ପ୍ରଦାନ କରାଯାଇଛି । ବିଭିନ୍ନ ଜିଲ୍ଲାରେ ସ୍ଥାନୀୟ ମନ୍ତ୍ରୀ, ବିଧାୟକ, ଜିଲ୍ଲାପାଳ, ଜିଲ୍ଲା ପ୍ରଶାସନିକ ଅଧିକାରୀ ଓ ସମାଜର ମାନ୍ୟଗଣ୍ୟ ବ୍ୟକ୍ତିବିଶେଷମାନେ ଯୋଗଦାନ କରି ବିବାହ ଉତ୍ସବକୁ ସାଫଲ୍ୟମଣ୍ଡିତ କରିଥିଲେ । Post navigation Summer Learning Programme: ଖରା ଛୁଟିରେ ପିଲାଙ୍କ ପାଇଁ ସମର ଲର୍ଣ୍ଣିଂ ବ୍ୟବସ୍ଥା, ହ୍ୱାଟ୍ସଆପ୍ରେ ଛାତ୍ରଛାତ୍ରୀଙ୍କୁ ଦିଆଯିବ ଆସାଇନ୍ମେଣ୍ଟ State Transgender Welfare Board: ରାଜ୍ୟ ଟ୍ରାନ୍ସଜେଣ୍ଡର କଲ୍ୟାଣ ବୋର୍ଡର ପୁର୍ନଗଠନ କଲେ ରାଜ୍ୟ ସରକାର