ସମଗ୍ର ରାଜ୍ୟରେ ଖରାର ପ୍ରକୋପ ଲାଗିରହିଥିବାବେଳେ ପ୍ରବଳ ଖରା ଓ ଅସହ୍ୟ ଗରମକୁ ଦୃଷ୍ଟିରେ ରଖି ବୌଦ୍ଧ ଜିଲ୍ଲାପାଳ ଆଜିଠୁ ଏପ୍ରିଲ ୨୨ ତାରିଖ ଯାଏଁ ଜିଲ୍ଲାର ସମସ୍ତ ସ୍କୁଲ୍ ଓ କଲେଜ୍ ଛୁଟି ଘୋଷଣା କରିଛନ୍ତି । ତେବେ ନିର୍ଦ୍ଦେଶ ଅନୁଯାୟୀ, ଏହି ସମୟ ମଧ୍ୟରେ ପରୀକ୍ଷାଗୁଡ଼ିକ ବନ୍ଦ ହେବ ନାହିଁ। ପରୀକ୍ଷାଗୁଡ଼ିକୁ ସକାଳ ସମୟରେ କରାଯାଇପାରିବ। ସେହିପରି ଛାତ୍ରଛାତ୍ରୀ ଓ କର୍ମଚାରୀଙ୍କ ପାଇଁ ଉପଯୁକ୍ତ ପାନୀୟ ଜଳ ବ୍ୟବସ୍ଥା କରିବାକୁ ବୌଦ୍ଧ ଜିଲ୍ଲାପାଳ ବିଭୂତି ଭୂଷଣ ନାଏକ ସମସ୍ତ ଶିକ୍ଷାନୁଷ୍ଠାନମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ପ୍ରବଳ ଖରାକୁ ଦୃଷ୍ଟିରେ ରଖି ଗତକାଲିଠୁ ବଲାଙ୍ଗିରରେ ସମସ୍ତ ସ୍କୁଲ, କଲେଜ ସହ ଅଙ୍ଗନବାଡ଼ି କେନ୍ଦ୍ର ଓ ବୈଷୟିକ ଶିକ୍ଷାନୁଷ୍ଠାନ ୧୮ରୁ ୨୧ ତାରିଖ ପର୍ଯ୍ୟନ୍ତ ଛୁଟି ଘୋଷଣା କରାଯାଇଥିବାବେଳେ ସୁବର୍ଣ୍ଣପୁର ଜିଲ୍ଲାରେ ବି ଶିକ୍ଷାନୁଷ୍ଠାନ ଏପ୍ରିଲ ୧୮ ତାରିଖରୁ ୨୨ ତାରିଖ ଯାଏଁ ବନ୍ଦ ରଖିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ଗତ କିଛି ଦିନ ଧରି ପଶ୍ଚିମ ଓଡ଼ିଶାର ଅଧିକାଂଶ ସହର ସମେତ ବୌଦ୍ଧରେ ହିଟ୍ୱେଭ୍ ସ୍ଥିତି ଲାଗି ରହିଛି। ଦିନ ୧ଟା ପରେ ବାହାରକୁ ବାହାରିବା କଷ୍ଟକର ହୋଇପଡ଼ୁଛି । Post navigation President Murmu to Visit Odisha: ଆସନ୍ତା ୨୧ ତାରିଖରେ ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ Heatwave Alert in Odisha: ନବରଙ୍ଗପୁର ଜିଲ୍ଲାରେ ଆସନ୍ତା ୨୦ ତାରିଖରୁ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ସମସ୍ତ ସ୍କୁଲ, କଲେଜ ଛୁଟି ଘୋଷଣା