President Droupadi Murmu To Visit Maa Kandhuni Devi Temple In Odisha
ଆସନ୍ତା ଏପ୍ରିଲ ୨୧ ତାରିଖରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଏକଦିନିଆ ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମକୁ ନେଇ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି । ସୁରକ୍ଷା, ଯାତାୟାତ ଓ କାର୍ଯ୍ୟକ୍ରମ ବ୍ୟବସ୍ଥାକୁ ସୁନିଶ୍ଚିତ କରିବା ପାଇଁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।
 
୨୧ ଏପ୍ରିଲ ସକାଳେ ରାଷ୍ଟ୍ରପତି ମୁର୍ମୁ ନୂଆଦିଲ୍ଲୀରୁ ବାୟୁସେନାର ସ୍ୱତନ୍ତ୍ର ବିମାନରେ ବାହାରି ସକାଳ ୧୦ଟା ୨୫ରେ ଝାରସୁଗୁଡ଼ା ବିମାନ ବନ୍ଦରରେ ପହଞ୍ଚିବେ । ସେଠାରୁ ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ଯାତ୍ରା କରି ୧୧ଟା ୧୦ରେ ରାଉରକେଲାରେ ଅବତରଣ କରିବେ । ରାଉରକେଲାରେ ରାଷ୍ଟ୍ରପତି ସଡ଼କ ପଥରେ ସେକ୍ଟର-୧୩ ଯାଇ ଏକ ସାଧାରଣ ସଭାରେ ଯୋଗ ଦେବେ ।
 
ଏହି ଅବସରରେ ସେ ସମନ୍ୱିତ କମାଣ୍ଡ କଣ୍ଟ୍ରୋଲ୍ ସେଣ୍ଟର୍ ଭବନ, ବିଜ୍ଞାନ ପାର୍କ ଓ ପ୍ଲାନେଟୋରିୟମ୍‌କୁ ଉଦ୍‌ଘାଟନ କରିବେ । ଏହା ସହ କୋଏଲ ନଗରସ୍ଥିତ ପ୍ରମୋଦ ଉଦ୍ୟାନକୁ ମଧ୍ୟ ସେ ଲୋକାର୍ପିତ କରିବେ ।
 
କାର୍ଯ୍ୟକ୍ରମ ଅନୁଯାୟୀ, ରାଷ୍ଟ୍ରପତି ଜନଜାତି ସଂଗ୍ରହାଳୟ ଓ କମାଣ୍ଡ କଣ୍ଟ୍ରୋଲ୍ ସେଣ୍ଟର୍ ପରିଦର୍ଶନ କରିବେ । ରାଉରକେଲାରେ ସମସ୍ତ କାର୍ଯ୍ୟକ୍ରମ ସାରି ସେ ଝାରସୁଗୁଡ଼ା ଫେରି ସେଠାରୁ ନୂଆଦିଲ୍ଲୀ ପ୍ରତ୍ୟାବର୍ତନ କରିବେ । ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ଝାରସୁଗୁଡ଼ା ଓ ରାଉରକେଲାରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି ।

By Nirvay

Leave a Reply

Your email address will not be published. Required fields are marked *