14 Places In Odisha Record Above 40 degree Celsius, Titilagarh Hottest City
ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ପଶ୍ଚିମ ଓଡ଼ିଶା‌ର ତାତି ରେକର୍ଡ ପରେ ରେକର୍ଡ ଭାଙ୍ଗି ଚାଲିଛି । ଉପକୂଳ ଅପେକ୍ଷା ଶୁକ୍ରବାର ପଶ୍ଚିମ ଓଡିଶାରେ ଅସହ୍ୟ ତାତି ହୋଇଛି । ୪୫ ଡିଗ୍ରୀ ସହ ଟିଟିଲାଗଡ ସବୁଠୁ ଉତ୍ତପ୍ତ ସହର ପାଲଟିଛି । ଓଡ଼ିଶାରେ ଗ୍ରୀଷ୍ମ ପ୍ରବାହ ଦିନକୁ ଦିନ ବଢ଼ିବାରେ ଲାଗିଛି। ରାଜ୍ୟର ୧୪ଟି ସହରରେ ଦିନ ତାପମାତ୍ରା ୪୦ ଡିଗ୍ରୀ ଅତିକ୍ରମ କରିଛି । ପଶ୍ଚିମ ଓଡ଼ିଶାରେ ତାତିର ପ୍ରକୋପ ସବୁଠାରୁ ଅଧିକ ରହିଛି । ଆଜି ୪୩.୭ ଡିଗ୍ରୀ ସହ ଟିଟିଲାଗଡ଼ ରାଜ୍ୟର ସବୁଠୁ ଉତ୍ତପ୍ତ ସହର ପାଲଟିଛି ।
 
ଝାରସୁଗୁଡ଼ାରେ ତାପମାତ୍ରା ୪୩.୬ ଡିଗ୍ରୀ ରେକର୍ଡ ହୋଇଥିବା ବେଳେ ଭବାନୀପାଟଣାରେ ୪୨.୫ ଡିଗ୍ରୀ ରହିଛି । ହୀରାକୁଦ, ବଲାଙ୍ଗିର ଓ ସମ୍ବଲପୁରରେ ସର୍ବୋଚ୍ଚ ତାପମାତ୍ରା ୪୨.୨ ଡିଗ୍ରୀ ଛୁଇଁଛି । ରାଉରକେଲାରେ ୪୧.୬, ସୁନ୍ଦରଗଡ଼ରେ ୪୧.୫ ଏବଂ ନୂଆପଡ଼ାରେ ୪୧ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି ।
 
ସୋନପୁରରେ ୪୦.୬, ବରଗଡ଼ରେ ୪୦.୪, ବୌଦ୍ଧରେ ୪୦.୩ ଡିଗ୍ରୀ ରହିଥିବା ବେଳେ ମାଲକାନଗିରି ଓ ତାଳଚେରରେ ପାରଦ ୪୦ ଡିଗ୍ରୀ ଛୁଇଁଛି।ତୁଳନାତ୍ମକ ଭାବେ ଉପକୂଳ ଓଡ଼ିଶାରେ ତାତି କମ୍ ରହିଛି । କଟକରେ ସର୍ବୋଚ୍ଚ ତାପମାତ୍ରା ୩୫.୪ ଡିଗ୍ରୀ ଏବଂ ରାଜଧାନୀ ଭୁବନେଶ୍ୱରରେ ୩୫.୩ ଡିଗ୍ରୀ ରେକର୍ଡ ହୋଇଛି ।
 
ପାଣିପାଗ ବିଭାଗ ଅନୁଯାୟୀ, ଆଗାମୀ ୨-୩ ଦିନ ପର୍ଯ୍ୟନ୍ତ ରାଜ୍ୟରେ ଏଭଳି ଗ୍ରୀଷ୍ମ ପ୍ରବାହ ଜାରି ରହିବ । ବିଶେଷକରି ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ହିଟ୍‌ୱେଭ୍ ସ୍ଥିତି ଲାଗି ରହିପାରେ । ଦିନ ୧ଟାରୁ ଅପରାହ୍ନ ୩ଟା ଯାଏଁ ଘରୁ ନ ବାହାରିବାକୁ, ପର୍ଯ୍ୟାପ୍ତ ପାଣି ପିଇବାକୁ ଏବଂ ଆବଶ୍ୟକ ସତର୍କତା ଅବଲମ୍ବନ କରିବାକୁ ଜନସାଧାରଣଙ୍କୁ ପରାମର୍ଶ ଦିଆଯାଇଛି ।

By Nirvay

Leave a Reply

Your email address will not be published. Required fields are marked *