ମଧ୍ୟପ୍ରାଚ୍ୟରେ ଆରମ୍ଭ ହୋଇଥିବା ଯୁଦ୍ଧ ମଧ୍ୟରେ ରାଜ୍ୟରେ ଗ୍ୟାସ କଳାବଜାରୀକୁ ରୋକିବା ପାଇଁ ସରକାର ବଡ ନିଷ୍ପତ୍ତି ନେଇଛନ୍ତି । ୫ କେଜି ଗ୍ୟାସ ବିକ୍ରି କୁ ଅନୈତିକ କହିଛନ୍ତି ଯୋଗାଣ ମନ୍ତ୍ରୀ । ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି ଯେ ରାଜ୍ୟ ସରକାର ଏବେ ନୂତନ ପଦକ୍ଷେପ ନେଇଛନ୍ତି । ଆଜିଠୁ ରାଜ୍ୟରେ ୫ କେଜି ଗ୍ୟାସ ବିକ୍ରି ବନ୍ଦ ହୋଇଛି । ଏବେ ୫ କେଜି ସିଲିଣ୍ଡର ଆଉ କେହି ଭରି ପାରିବେନି । ଆଉ ଖୋଲା ବଜାରରେ ଗ୍ୟାସ ବିକ୍ରି ହେବନାହିଁ । କେବଳ ଲାଇସେନ୍ସ ପ୍ରାପ୍ତ ଗ୍ୟାସ ଏଜେନ୍ସି ଗ୍ୟାସ ବିକ୍ରି କରିପାରିବେ । ପାତ୍ର କହିଛନ୍ତି ଯେ, ସରକାର ଏବେ ଇ-କେୱାଇସି ବ୍ୟବସ୍ଥା କରିଛନ୍ତି । ଏହା ସହିତ ଖାତା ନଥିଲେ ଗ୍ୟାସ ମିଳିବନି ବୋଲି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି । Post navigation Mukhyamantri Annapurna Yojana: ରାସନ କାର୍ଡ ହିତାଧିକାରୀଙ୍କୁ ମିଳିବ ୫ କେଜି ଅତିରିକ୍ତ ଚାଉଳ Clarification on Palasa–Ichchapuram Shifting: ପଲାସା-ଇଚ୍ଛାପୁରମ୍ ସେକ୍ସନ ଓଡିଶାରୁ ଅଲଗା ହେବା ନେଇ ରେଳ ମନ୍ତ୍ରାଳୟର ସ୍ପଷ୍ଟୀକରଣ