pilots-association-urges-dgca-to-halt-flights-to-conflict-zones
ପଶ୍ଚିମ ଏସିଆରେ ବିପଦପୂର୍ଣ୍ଣ ସଂଘର୍ଷ ଅଞ୍ଚଳଗୁଡ଼ିକରେ କାର୍ଯ୍ୟ ସ୍ଥଗିତ ରଖିବା ପାଇଁ ଏୟାରଲାଇନ୍ସ ପାଇଲଟ୍ସ ଆସୋସିଏସନ୍ ଅଫ୍ ଇଣ୍ଡିଆ (ALPA) ଶନିବାର ଦିନ ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (DGCA) କୁ ଅନୁରୋଧ କରିଛି । ଭାରତୀୟ ଏୟାରଲାଇନ୍ସ ପାଇଲଟ୍‌ ଆସୋସିଏସନ୍‌ ଯୁଦ୍ଧ ପ୍ରଭାବିତ ଅଞ୍ଚଳକୁ ବିମାନ ଉଡ଼ାଣ ହେଉଥିବାରୁ ଉଦ୍‌ବେଗ ପ୍ରକାଶ କରିଛି ।
 
ଏକ ସକ୍ରିୟ ଯୁଦ୍ଧ କ୍ଷେତ୍ରରେ କିମ୍ବା ଏହାର ନିକଟତର ସ୍ଥାନରେ ବିମାନ ପରିଚାଳନା କରିବା ଯାତ୍ରୀ, ବିମାନ କର୍ମଚାରୀ ଏବଂ ବିମାନର ସୁରକ୍ଷା ପାଇଁ ଏକ ଗମ୍ଭୀର ବିପଦ ସୃଷ୍ଟି ସୃଷ୍ଟି କରୁଛି ବୋଲି ପାଇଲଟ୍ସ ଆସୋସିଏସନ୍ କହିଛି ।
 
ବିଶେଷ କରି ଏୟାର ଇଣ୍ଡିଆ ଉପସଭାପତିଙ୍କ ନିଷ୍ପତ୍ତିକୁ ନେଇ ଆସୋସିଏସନ୍ ପ୍ରଶ୍ନ ଉଠାଇଛି । ସାମ୍ପ୍ରତିକ ସ୍ଥିତିରେ ଏସବୁ ଅଞ୍ଚଳକୁ ଉଡ଼ାଣ ବୀମା ପରିସରଭୁକ୍ତ ନା ନାହିଁ ପଚାରିବା ସହ ପାଇଲଟ ସଂଘ ଡିଜିସିଏ ଏବଂ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟକୁ ଫେରାଦ ହୋଇଛନ୍ତି ।
Pilots' federation files complaint against DGCA and Ministry of Civil Aviation

By Nirvay

Leave a Reply

Your email address will not be published. Required fields are marked *