ଯୁଦ୍ଧ ଭିତରେ ଲଗାତର ଖସୁଛି ସୁନା ଓ ରୁପା ଦର । ଆଜି ଗୋଟିଏ ଦିନରେ ବଡ଼ ଧରଣର ହ୍ରାସ ଦେଖିବାକୁ ମିଳିଛି । ସୁନା ୧୦ ହଜାରରୁ ଅଧିକ ଟଙ୍କା କମିଥିବା ବେଳେ ରୁପା ୨୦ ହଜାରରୁ ଅଧିକ ଟଙ୍କା କମିଛି । ଆଜି ୨୪ କ୍ୟାରେଟ୍ ସୁନା ୧୦ ଗ୍ରାମ ପିଛା ୧୦ ହଜାର ୩୨୦ ଟଙ୍କା ଖସିଥିବା ବେଳେ ୨୨ କ୍ୟାରେଟ ସୁନା ୧୦ ଗ୍ରାମ ପିଛା ୯ ହଜାର ୪୫୦ ଟଙ୍କା କମିଛି । ୨୨ କ୍ୟାରେଟ୍ ସୁନା ଦର ହ୍ରାସ ପାଇ ୧,୨୪,୩୫୦ ଟଙ୍କାରେ ପହଞ୍ଚି ଥିବାବେଳେ, ୨୪ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ ପିଛା ୧ ଲକ୍ଷ ୩୫ ହଜାର ୬୫୦ ଟଙ୍କା ରେ ପହଞ୍ଚିଛି । ସେହିପରି ରୁପା କେଜି ଏକାଥରେ ୨୦ ହଜାର ଟଙ୍କା କମି କେଜି ୨ ଲକ୍ଷ ୩୦ ହଜାରରେ ଟଙ୍କାରେ ପହଞ୍ଚିଛି । ସୂଚନା ଅନୁଯାୟୀ, ନିବେଶକମାନେ ସୁନା ଅପେକ୍ଷା ଡଲାରରେ ଅଧିକ ନିବେଶ କରୁଛନ୍ତି ଯାହା ଦ୍ୱାରା ସୁନାର ଚାହିଦା ହ୍ରାସ ପାଇଛି । Post navigation PM Modi Speaks in Lok Sabha: ମଧ୍ୟପ୍ରାଚ୍ୟ ଯୁଦ୍ଧକୁ ନେଇ ଲୋକସଭାରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଅଭିଭାଷଣ