police-mid-day-meal-workers-clash-on-gandhi-marg-during-protest-march
ଗାନ୍ଧିମାର୍ଗରେ ପୋଲିସ୍‌-ପାଚିକା ସଂଘ ଠେଲାପେଲା । ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ବାସଭବନ ଅଭିମୁଖେ ଏକ ପ୍ରତିବାଦ ଶୋଭାଯାତ୍ରା ସମୟରେ ପୋଲିସ ଏବଂ ପାଚିକା ସଂଘର ସଦସ୍ୟଙ୍କ ମଧ୍ୟରେ ଧସ୍ତାଧସ୍ତି ହେବା ଫଳରେ ଭୁବନେଶ୍ୱରର ଗାନ୍ଧୀ ମାର୍ଗରେ ଏକ ଉତ୍ତେଜନାପୂର୍ଣ୍ଣ ପରିସ୍ଥିତି ସୃଷ୍ଟି ହୋଇଛି ।
 
ନିଖିଳ ଓଡ଼ିଶା ମଧ୍ୟାହ୍ନ ଭୋଜନ ପାଚିକା ରାଜ୍ୟସଂଘ ତରଫରୁ ୭ ଦଫା ଦାବି ନେଇ ଭୁବନେଶ୍ଵର ଲୋୟର ପିଏମଜି ଛକରେ ମଧ୍ୟାହ୍ନ ଭୋଜନ କର୍ମଚାରୀମାନେ ଗତ ପାଞ୍ଚ ଦିନ ଧରି ବିକ୍ଷୋଭ କରୁଛନ୍ତି । ତିନି ହଜାର ଟଙ୍କାରେ ଗୋଟେ ପରିବାର କେମିତି ଚଳିବ ବୋଲି ସରକାରଙ୍କୁ ପ୍ରଶ୍ନ କରିଛନ୍ତି ପାଚିକା ସଂଘ । ତେବେ ପାଞ୍ଚ ଦିନ ଧରି ବିକ୍ଷୋଭ କରିବା ପରେ ମଧ୍ୟ ସମସ୍ୟାର କୌଣସି ସମାଧାନ ନ ହୋଇ ପାରିବାରୁ ପାଚିକା ସଂଘ ଆଜି ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଆଡ଼କୁ ଅଗ୍ରସର ହୋଇଛନ୍ତି ।
 
ବକେୟା ଥିବା ତିନି ମାସର ଦରମା, ଦରମା ବୃଦ୍ଧି, ନିଯୁକ୍ତି ପତ୍ର ପ୍ରଦାନ, ସମାନ କାମକୁ ସମାନ ଦରମା, ଅବସର ବୟସ ସୀମା ୬୨କୁ ବୃଦ୍ଧି, ଛଟେଇ କର୍ମଚାରୀଙ୍କୁ ପୁନଃ ନିଯୁକ୍ତି ଓ ବିଗତ ସରକାର ଘୋଷଣା କରିଥିବା ମୃତ୍ୟୁ କାଳୀନ ସହାୟତା ୧ ଲକ୍ଷ ଟଙ୍କା ଦେବାକୁ ଦାବି କରି ଆନ୍ଦୋଳନ କରୁଛନ୍ତି । ଶତାଧିକ ମହିଳା ହାତରେ ପୋଷ୍ଟର ଧରି ଧାରଣାକୁ ଓହ୍ଲାଇଛନ୍ତି । 
 
 

By Nirvay

Leave a Reply

Your email address will not be published. Required fields are marked *