ମଣ୍ଡିରୁ ଉଠୁନି ଧାନ । ଭଦ୍ରକ ଜିଲ୍ଲା ତିହିଡି଼ ବ୍ଲକରେ ବାରମ୍ବାର ଧାନ କିଣାରେ ବିଭ୍ରାଟ ଅଭିଯୋଗ ସାମ୍ନାକୁ ଆସିଛି। ଚାନ୍ଦବାଲି ତିହିଡ଼ି ବ୍ଲକ୍ ଚାରିତରଫ ଛକରେ ଧାନ ବସ୍ତା ପକାଇ ଚାଷୀଙ୍କ ଆନ୍ଦୋଳନ ଦେଖିବାକୁ ମିଳିଛି। ଫଳରେ ଭଦ୍ରକ ଚାନ୍ଦବାଲି ରାସ୍ତାରେ ଗାଡି ଚଳାଚଳ ବନ୍ଦ ରହିଛି । ରାସ୍ତାରୋକ ସମୟରେ ଚାନ୍ଦବାଲି ତହସିଲଦାର ସେହି ବାଟ ଦେଇ ପାର ହେବାକୁ ଚେଷ୍ଟା କରିଥିବା ବେଳେ ତହସିଲଦାରଙ୍କ ଗାଡ଼ି ଆଗରେ ଶୋଇ ପଡ଼ି ଚାଷୀ ବିକ୍ଷୋଭ କରିଥିବା ଦେଖାଦେଇଛି। ଯେ ପର୍ଯ୍ୟନ୍ତ ମଣ୍ଡିରୁ ଧାନ ଉଠିବାର ବ୍ୟବସ୍ଥା ପ୍ରଶାସନ ନ କରିଛି ସେପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଚାଷୀମାନେ ଚେତାବନୀ ଦେଇଛନ୍ତି । ଅଭିଯୋଗ ଅନୁଯାୟୀ; ଭଦ୍ରକ ତିହିଡି ବ୍ଳକର ଚାରିତରଫ ସେବା ସମବାୟ ସମିତିରେ ପ୍ରାୟ ୯ ହଜାରରୁ ଉର୍ଦ୍ଧ୍ବ କୁଇଣ୍ଟାଲ ଧାନ ପଡି ରହିଥିବା ବେଳେ ଆହୁରି ୪ ହଜାର କୁଇଣ୍ଟାଲ ଧାନ ବିକ୍ରି ଅପେକ୍ଷାରେ ଅଛନ୍ତି ଚାଷୀ । ସମସ୍ୟା ସଂପର୍କରେ ଚାଷୀ ପ୍ରଶାସନ ନିକଟରେ ବାରମ୍ବାର ଅଭିଯୋଗ କରିବା ସତ୍ତ୍ଵେ ବି ଫଳ ଶୂନ । ଶେଷରେ ରାସ୍ତା ଉପରେ ଧାନ ବସ୍ତା ରଖି ବସି ରହିଛନ୍ତି ଶହ ଶହ ଚାଷୀ । Post navigation Major Fire Breaks Out At Priyadarshini Market: ଭୁବନେଶ୍ୱର ସିଆରପି ଛକ ନିକଟ ପ୍ରିୟଦର୍ଶିନୀ ମାର୍କେଟ୍ କମ୍ପ୍ଲେକ୍ସରେ ଭୟଙ୍କର ଅଗ୍ନିକାଣ୍ଡ Matric Exam 2026: ଚଳିତ ବର୍ଷ ମାଟ୍ରିକ୍ ପରୀକ୍ଷାରେ ଅନୁପସ୍ଥିତ ରହିଛନ୍ତି ୯୯୩୦ ଛାତ୍ରଛାତ୍ରୀ: ନିତ୍ୟାନନ୍ଦ ଗଣ୍ଡ