୨ ଦିନିଆ ରାଇରଙ୍ଗପୁର ସବ୍‌ଡିଭିଜନ ବନ୍ଦ ପାଳନ। ୩ ଦଫା ଦାବି ନେଇ ଆଦିବାସୀ ସଂଗଠନ ପକ୍ଷରୁ ବନ୍ଦ ପାଳନ କରାଯାଇଛି। ଆଦିବାସୀ ସଂଗଠନଗୁଡ଼ିକ ଦ୍ୱାରା ଡାକରା ଦିଆଯାଇଥିବା ଦୁଇ ଦିନିଆ ବନ୍ଦ ପାଇଁ ରାଇରଙ୍ଗପୁର ଉପଖଣ୍ଡରେ ସାଧାରଣ ଜୀବନଯାତ୍ରାକୁ ପ୍ରଭାବିତ କରିଛି । ପ୍ରମୁଖ ଅଞ୍ଚଳଗୁଡ଼ିକ ସମ୍ପୂର୍ଣ୍ଣ ଭାବରେ ବ୍ୟବସାୟ ପ୍ରତିଷ୍ଠାନ ବନ୍ଦ ରହିଛି। ଏହା ସହ ଜାତୀୟ ରାଜପଥ ୨୨୦ରେ ଭାରୀ ଯାନବାହାନ ଚଳାଚଳ ବାଧାପ୍ରାପ୍ତ ହୋଇଛି। ଅନେକ ସ୍ଥାନରେ ପେଟ୍ରୋଲ ପମ୍ପ ମଧ୍ୟ ବନ୍ଦ ରହିଛି।

ଗିରଫ ହୋଇଥିବା ୩୪ ଜଣ ଆଦିବାସୀଙ୍କ ମୁକ୍ତି ସମେତ ତିନି ଦଫା ଦାବିକୁ ସମର୍ଥନ କରି ଏହି ବନ୍ଦ ପାଳନ କରାଯାଉଛି। ଏହି ବନ୍ଦ ଡାକରାରେ ୧୫ ଟି ଆଦିବାସୀ ସଂଗଠନ ସାମିଲ ହୋଇଥିବା ଜଣାପଡିଛି। ଏହାକୁ ନଜରେ ରଖି କର୍ତ୍ତୃପକ୍ଷ ସୁରକ୍ଷା ବ୍ୟବସ୍ଥାକୁ ବୃଦ୍ଧି କରିଛନ୍ତି ଏବଂ କୌଣସି ଅପ୍ରୀତିକର ଘଟଣା ଏଡାଇବା ପାଇଁ ପରିସ୍ଥିତି ଉପରେ କଡ଼ା ନଜର ରଖାଯାଇଛି।

ସୂଚନା ଯୋଗ୍ୟ; ରାଇରଙ୍ଗପୁର ତିରିଂ ଥାନା ଅଞ୍ଚଳରେ ଜଣେ ନାବାଳିକାଙ୍କ ସହିତ ଅସଦାଚରଣ ଘଟଣାକୁ କେନ୍ଦ୍ର କରି ପ୍ରତିବାଦ ମଧ୍ୟରେ ମୁଂହାମୁହିଁ  ହୋଇଥିଲେ ଗ୍ରାମବାସୀ ଓ ପୋଲିସ । ଏହି ଗଣ୍ଡଗୋଳରେ ଆହତ ହୋଇଥିଲେ ୧୩ ପୋଲିସ ଅଧିକାରୀ । ଏହା ପରେ ଏହି ଘଟଣାରେ  ୩୪ ଜଣ ଆନ୍ଦୋଳନକାରୀଙ୍କୁ ଗିରଫ କରିଥିଲା ପୋଲିସ।

Leave a Reply

Your email address will not be published. Required fields are marked *